No Result
View All Result
୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଗଜପତି ଜିଲ୍ଲା :-> ରାୟଗଡ଼ ବ୍ଲକ ଓ ଏଲ ଏମ ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଶୁଣିବାକୁ ମିଳିଛି। ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ୱି କରିବା ପାଇଁ ଓଡ଼ିଶା ଜୀବିକା ମିସନ୍ ର ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଅନୁଦାନ ଦେଉଥିବା ବେଳେ ରାୟଗଡ଼ ବ୍ଲକରେ ଏହାର ସଠିକ୍ ରୂପେ କାର୍ଯ୍ୟକାରୀ ନ ହୋଇ ଏହାର ବ୍ୟତିକ୍ରମ ହୋଇ ଦୁର୍ନୀତି ହୋଇଥିବାର ଅଭିଯୋଗ ହେଉଛି । ଆଦିବାସୀ ଅଧ୍ୟୁସିତ ଗଜପତି ଜିଲ୍ଲା ରାୟଗଡ଼ ବ୍ଳକରେ ଗ୍ରାମୀଣ ଆଦିବାସୀ ମହିଳା ମାନଙ୍କର ସରଳତାର ସୁଯୋଗ ନେଇ ବ୍ଳକ ରେ ଥିବା ଓଏଲଏମ୍ ଅଧିକାରୀ ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ତଥା ବି ପି ଏମ ଓ ତାଙ୍କ ଅଧିନରେ ଥିବା କିଛି ନିର୍ଦ୍ଧିଷ୍ଟ କର୍ମଚାରି ମାନେ ସେମାନଙ୍କୁ ସରକାରୀ ଯୋଜନାର ଉପକରିତା ବୁଝାଇବା ପରିବର୍ତ୍ତେ ସରକାରି ଅର୍ଥ ଆତ୍ମସାତ୍ କରି ଥିବା ଅଭିଯୋଗ ଶୁଣିବାକୁ ମିଳିଛି।

ରାୟଗଡ଼ ବ୍ଲକର କେତେକ ପଞ୍ଚାୟତର ମହିଳା ସଂଘର ମା ମାନେ ଛେଳି ପାଳନ କରୁଥିବା ବେଳେ ସେମାନଙ୍କ ଛେଳି ମାନଙ୍କ ବଂଶ ବିସ୍ତାର ନିମନ୍ତେ ସଂପୃକ୍ତ ଗ୍ରୁପ ର ମା ମାନଙ୍କୁ ଗୋଟିଏ ଗୋଟିଏ ଅଣ୍ଡିରା ଛେଳି ବା ବୋଦା ଦେଇ ଛେଳି ମାନଙ୍କ ବଂଶ ବିସ୍ତାର କରିବା ପାଇଁ ସରକାରଙ୍କ ତରଫରୁ ଦଶ ହଜାର ଟଙ୍କା ଲେଖାଏଁ ଗୋଟିଏ ଗୋଟିଏ ବୋଦାର ସରକାରୀ ମୂଲ୍ୟ ଧାର୍ଯ୍ୟ ଥିବା ବେଳେ ରାୟଗଡ଼ ବ୍ଳକ୍ ବିପିଏମ୍ ସଂପୃକ୍ତ ସ୍ୱୟଂ ସହାୟିକା ମହିଳା ମାନଙ୍କୁ ଛେଳି ବୋଦା କ୍ରୟ କରି ଦେବା ପରିବର୍ତ୍ତେ ସଂପୃକ୍ତ ମହିଳା ମାନଙ୍କୁ ଆଠ ଶହରୁ ଏକ ହଜାର ଟଙ୍କା ଦେଇ ଅବଶିଷ୍ଟ ଟଙ୍କାକୁ ନିଜେ ଏବଂ କିଛି ନିର୍ଦ୍ଧିଷ୍ଟ ଏମ.ବି.କେ ମାନଙ୍କ ସହ ମିଶି ସରକାରୀ ଅର୍ଥ ଆତ୍ମସାତ କରିଥିବା କିଛି ହିତାଧିକାରୀ ମହିଳା ମାନେ କହିଛନ୍ତି।

ମିଳି ଥିବା ସୂଚନା ପ୍ରକାରେ ଡମ୍ୱାଳ , ଅମେଡା, କେରାଣ୍ଡି, ଆଦି ପଞ୍ଚାୟତର ମହାସଂଘ କୁ ଆସିଥିବା ଲକ୍ଷାଧିକ ଅର୍ଥକୁ କରଡାସିଂ ପଞ୍ଚାୟତର କୃଷୀମିତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଏବଂ ଏଙ୍ଗାରସିଂ, ଲୋବା ଓ ଗଙ୍ଗାବାଡ ପଞ୍ଚାୟତର ମହାସଂଘର ଜି ପି ଏଲ୍ ଏଫ୍ ଫଣ୍ଡରୁ ଜିରାଙ୍ଗ ଗ୍ରାମର ଛେଳି ବ୍ୟବସାୟ କରୁ ନ ଥିବା ବ୍ୟକ୍ତି ଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଲକ୍ଷ ଲକ୍ଷ ଟଙ୍କା ପଠାଇ ଥିବା ଜଣାପଡିଛି । ସଂପୃକ୍ତ ଥିବା ପଞ୍ଚାୟତର ଅଭିଯୋଗକୁ ନେଇ ସତ୍ୟା ସତ୍ୟ ଜାଣିବା ପାଇଁ ଆମେ ଘଟଣାସ୍ଥଳ ଏଙ୍ଗାରସିଂ ପାଞ୍ଚାୟତର ସର୍ଗି ସାହି, ବଡ଼ ସଡା ଓ ଏଙ୍ଗାରସିଂ ଗ୍ରାମକୁ ଯାଇ ମା ମାନଙ୍କୁ ପଚାରିବାରୁ ସେମାନେ ପ୍ରକାଶ କରିଥିଲେ ଯେ ଆମକୁ କିଛି ଛେଳି ବୋଦା ଦେଇ ନାହାଁନ୍ତି କିନ୍ତୁ ଆମେ ପାଳନ କରିଥିବା ଛେଳି ବୋଦାକୁ କାନରେ ଗୋଟିଏ ସିଲ୍ ମାରି କାହାକୁ ଆଠ ଶହ ଓ କେତେକଙ୍କୁ ଏକ ହଜାର ଟଙ୍କା ଦେଇଥିବା ପ୍ରକାଶ କରିଥିଲେ କିଛି ହିତାଧିକାରୀ ମହିଳା ।

ଉକ୍ତ ଘଟଣାକୁ ନେଇ ରାୟଗଡ଼ ଓଡ଼ିଶା ଜୀବିକା ମିଶନର ବ୍ଳକ୍ ଅଧିକାରିଣୀ ଲତିକା ଦେବୀଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଯାଇ ଏହି ଅଭିଯୋଗ ସମ୍ପର୍କ ବିଷୟରେ ମତାମତ ପଚାରିବାରୁ ସେ ଉତକ୍ଷିପ୍ତ ହୋଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କେମେରା ବନ୍ଦ କରିବାକୁ ତାଗିଦ୍ କରିବା ସହ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ଠାରୁ ସୁପାରିଶ ଆଣିଛ କି ବୋଲି ସାମ୍ୱାଦିକ ମାନଙ୍କୁ ପ୍ରଶ୍ନ କରି ନିଜ କାର୍ଯ୍ୟଳୟ ପରିସରରୁ ବାହାରକୁ ଚାଲି ଯାଇଥିଲେ। ତେବେ ଏ ନେଇ ରାୟଗଡ଼ ବିଡିଓ ସୁଧୀର କୁମାର ସିଂଙ୍କ ମତାମତ ଜାଣିବାକୁ ଚେଷ୍ଟା କରିବାରୁ ସେ ଉକ୍ତ ଘଟଣା ବିଷୟରେ ଗଣ ମାଧ୍ୟମ ପ୍ରତିନିଥି ମାନଙ୍କ ଠାରୁ ସମସ୍ତ ବିଷୟ ବୁଝି ସଂପୃକ୍ତ ମହିଳା ମା ମାନେ କେମେରା ଆଗରେ କହିଥିବା ଭିଡିଓ ଦେଖି ସଂପୃକ୍ତ ଘଟଣାର ପୁଙ୍ଖାନୂପୁଙ୍ଖା ଘଟଣାର ତଦନ୍ତ କରିବା ସହ ସଂପୃକ୍ତ ଅଧିକାରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ତେବେ ନିରୀହ ସରଳ ଆଦିବାସୀ ମହିଳା ମାନଙ୍କୁ କେବେ ନ୍ୟାୟ ମେଲିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି .

No Result
View All Result