No Result
View All Result
୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ର ଆହ୍ଵାନ କ୍ରମେ ସମସ୍ତ ବର୍ଗ ରକାର୍ଯ୍ୟରତ ଶିକ୍ଷକ ମାନଙ୍କ ପାଇଁ ୩ଦଫା ଦାବୀକୁ ନେଇ ବାଣପୁର ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ୧୪ ସେପ୍ଟେମ୍ବର ରୁ ବିଦ୍ୟାଳୟ ବର୍ଜନ କରି ସମୂହ ଛୁଟି ନେଇଥିବା ର ଆଜି ୨ୟ ଦିବସ ରେ ବାଣପୁର ମଣ୍ଡଳ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିଛି। ପୂର୍ବାହ୍ନ ୧୦ରୁ ଅପରାହ୍ନ ୪ଯାଏ ଏହି ଧାରଣାରେ ୪୦୦ରୁ ଊର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଧାରଣା ରେ ବସି ଥିଲେ।
ସରକାର ତୂରନ୍ତ ଶିକ୍ଷକ ମାନଙ୍କର ଦାବୀକୁ ମାନି ନ ନେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରାଯାଇଛି। ବାଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ବିଭୂତି ଭୂଷଣ ଦାଶ, ସଂପାଦକ ବିଭୂତି ଭୂଷଣ ସ୍ଵାଇଁ,ବରିଷ୍ଠ ଶିକ୍ଷକ ନେତା ପ୍ରଦୀପ୍ତ କିଶୋର ମହାପାତ୍ର, କୈଳାସ ହୋତା, ବ୍ରଜସୁନ୍ଦର ମିଶ୍ର,ରବୀନ୍ଦ୍ର ବେହେରା, ଦୟାନିଧି ମହାରଣା, ନମିତା ନାୟକ, ଜ୍ୟୋତି ର୍ମୟୀ ହୋତା, ବିଷ୍ଣୁ ପ୍ରିୟା ନାୟକ,
ଵିରାଜମିଶ୍ର ପ୍ରାକ୍ତନ ସଂଘ ସଭାପତି ଭିକାରୀ ଚରଣ ପ୍ରଧାନ ପ୍ରମୁଖ ସମବେତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇ ଯେ କୈ। ଣସି ଚାପର ବଶବର୍ତ୍ତୀ ନ ହୋଇ ସେମାନଙ୍କ ର ନ୍ୟାର୍ଯ୍ୟ ଦାବୀ ହାସଲ ପାଇଁ ସରକାରଙ୍କ ସହ ମୁକାବିଲା କରିବାକୁ ଲଢେଇ ଜୋରଦାର କରିବାକୁ ଆହ୍ବାନ ଦେଇଥିଲେ।
No Result
View All Result