• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟରେ ବିଜେଡି ସରକାରର ପତନ ଆରମ୍ଭ ହୋଇଛି : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

Proprietor Abhimanyu Maharana by Proprietor Abhimanyu Maharana
September 15, 2023
in ଓଡ଼ିଶା, ଗଜପତି, ରାଜନୀତି, ହୋମ୍
0
ରାଜ୍ୟରେ ବିଜେଡି ସରକାରର ପତନ ଆରମ୍ଭ ହୋଇଛି : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
Share on FacebookShare on TwitterWhatsapp

୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ରାଜ୍ୟରେ ଶାସକ ଦଳ ବିଜେଡିର ପତନ ଆରମ୍ଭ ହେବାରେ ଲାଗିଛି ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକଙ୍କ ପାଖରେ କୌଣସି କ୍ଷମତା ନାହିଁ ! ଗଜପତି ଜିଲ୍ଲାର ସାମଗ୍ରିକ ବିକାଶରେ ବିଜେଡି ସରକାର ଫେଲ୍ ମାରିଛି ! ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ନଷ୍ଟ କରିସାରିଛନ୍ତି ! ଓଡ଼ିଶାରେ ଲୋକ ପ୍ରତିନିଧିର ସରକାର ଚାଲୁନାହିଁ ବରଂ ଲିଜ୍‌ରେ ସରକାର ଚାଲିଛି । ଯେଉଁମାନେ ଦୁର୍ନୀତିକୁ ବିରୋଧ କରୁଛନ୍ତି ତାଙ୍କ ବିରୋଧରେ ଆକ୍ରୋଶମୁଳକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଓଡ଼ିଶାରେ ଯେଉଁ ଏକଛତ୍ରବାଦୀ, ଲିଜ୍‌ରେ ଥିବା ସରକାର ଚାଲିଛି, ତାର ଆଗାମୀ ଦିନରେ ବିସ୍ପୋରଣ ହେବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲା ଗସ୍ତରେ ଥିବା ରାଜ୍ୟ ସଭାପତି ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ଯେ, ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅମଳରେ ଗତ ୯ବର୍ଷରେ ଓଡ଼ିଶାକୁ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କାର ଆର୍ଥୀକ ଅନୁଦାନ ଓ ସହାୟତା ମିଳିଛି । ମାତ୍ର ଓଡିଶା କିମ୍ବା ଓଡିଶା ବାସୀଙ୍କ ସ୍ଥିତିରେ କୈାଣସି ପରିବର୍ତନ ଆସିନାହିଁ ।

ଅନେକ କଲ୍ୟାଣକାରୀ ଯୋଜନାରେ ଓଡିଶାକୁ ଆସୁଥିବା କେନ୍ଦ୍ରୀୟ ଯୋଜନାର ଟଙ୍କାକୁ ଶାସକ ବିଜେଡିର ବିଧାୟକ, ମନ୍ତ୍ରୀ ଓ ନେତାମାନେ ବାଟମାରଣା କରିଛନ୍ତି । ଫଳରେ ଆଜିବି ଅନେକ ଗରୀବ ବାସହୀନ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପାଇବାରୁ ବଂଚିତ ରହୁଛନ୍ତି । ସେହିପରି ପାଇଖାନା, ପାନୀୟ ଜଳ, ରାସନ୍ ଆଦି ଜନକଲ୍ୟାଣ ଯୋଜନାର ବ୍ୟାପକ ଟଙ୍କାକୁ ଆତ୍ମସାତ୍ କରିବା କାରଣରୁ ଗରୀବ ଲୋକ ହନ୍ତସନ୍ତ ହେଉଛନ୍ତି । ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକଙ୍କ ପାଖରେ କୌଣସି କ୍ଷମତା ନାହିଁ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକଙ୍କୁ ପ୍ରଶ୍ନ କରାଯିବାରୁ ସେମାନେ ଏବେ ଅଦୃଶ ହୋଇଯାଉଛନ୍ତି । ରାଜ୍ୟର ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଭାରତୀୟ ଜନତା ପାର୍ଟି ଗାଁ, ପଂଚାୟତ, ବ୍ଲକ, ଜିଲ୍ଲାସ୍ତରରେ ଆନ୍ଦୋଳନ ପାଇଁ ଡାକରା ଦେଇଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

୨୩ ବର୍ଷର ବିଜେଡି ଶାସନରେ ଗଜପତି ଭଳି ଚାଷବହୁଳ ଜିଲ୍ଲାରେ ଚାଷୀଙ୍କ ପାଇଁ ଜଳସେଚନର ବ୍ୟବସ୍ଥା ହୋଇପାରିଲା ନାହିଁ । ଗଜପତିରେ ମକା, କାଜୁ, ସପୁରୀ ଓ କମଳାର ଅମଳ ଅଧିକ କିନ୍ତୁ ରାଜ୍ୟ ସରକାର ତାର ଉଚିତ ମୂଲ୍ୟ ଦେଉନାହାନ୍ତି । ଗଜପତିରେ ଶୀତଳ ଭଣ୍ଡାର ନାହିଁ । ମୋଦି ସରକାର ଓଡ଼ିଶାର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଯୋଗାଉଛନ୍ତି କିନ୍ତୁ ନବୀନ ତାହାକୁ କାର୍ଯ୍ୟକାରି କରିବାରେ ବିଫଳ । ବାସ୍ତବରେ ଚାଷୀଙ୍କ ପ୍ରତି ନବୀନ ବାବୁଙ୍କ ଆମୀôୟତାର ଅଭାବ ରହିଛି । ଗଜପତି ଜିଲ୍ଲାର ସାମଗ୍ରିକ ବିକାଶରେ ବିଜେଡି ସରକାର ଫେଲ୍ ମାରିଛି ବୋଲି ଶ୍ରୀ ସାମଲ କହିଛନ୍ତି । ଶିକ୍ଷା ମନୁଷ୍ୟକୁ ଦିଗ୍‌ଦର୍ଶନ ଦିଏ କିନ୍ତୁ ସେହି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ନଷ୍ଟ କରିସାରିଛନ୍ତି । ଦୀର୍ଘଦିନ ହେବ ରାଜ୍ୟ ସରକାର ସ୍କୁଲରେ ଠିକାନିଯୁକ୍ତି ଦେଉଛନ୍ତି, ସ୍କୁଲର ଶିକ୍ଷକଙ୍କ ଅଭାବ ରହିଛି ।

ଯେଉଁଠି ଶିକ୍ଷକ ଅଛନ୍ତି ସେମାନଙ୍କୁ ଦରମା ଦେଉନାହାନ୍ତି । ଶିକ୍ଷାଦାନ ଛାଡି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଲକ୍ଷ ଲକ୍ଷ ଶିକ୍ଷକ । ଏନେଇ ଆଜିଠୁ ରାଜ୍ୟରେ ୫୬ହଜାର ସ୍କୁଲରେ ପାଠପଢ଼ା ବନ୍ଦ ହୋଇଛି । ଶିକ୍ଷକ ମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ଭାରତୀୟ ଜନତା ପାର୍ଟିର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ଶ୍ରୀ ସାମଲ କହିଛନ୍ତି । ରାଜ୍ୟର ପ୍ରାୟ ୮୦ପ୍ରତିଶତ ଛାତ୍ରନେତା ଓଡ଼ିଶାରେ ରାଜନୀତି କରୁଛନ୍ତି । ରାଜ୍ୟ ସରକାର ଡରି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ମନରେ ଭୟ ଥିବାରୁ ସେ ଏବେ ଗଣତନ୍ତ୍ର ବିରୋଧୀ କାର୍ଯ୍ୟ କରୁଛନ୍ତି । ଛାତ୍ରଛାତ୍ରୀଙ୍କୁ ସାମ୍ନା କରିବାର ନୈତିକ ସାହସ ନଥିବାରୁ ଭୟଭୀତ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ କରୁନାହାନ୍ତି ।

ଯୁବକ, ଶ୍ରମିକ ଓ ସମାଜ ବିରୋଧୀ ରାଜ୍ୟ ସରକାର । ଓଡ଼ିଶାରେ ୨୩ବର୍ଷ ସରକାରରେ ରହିବି ନବୀନ ବାବୁ ଗୋଟିଏ ବି କର୍ମସଂସ୍ଥାନ ଯୋଗାଇ ନାହାନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସଂପାଦକ ଶାରଦା ଶତପଥୀ, ରାଜ୍ୟ ସଂପାଦକ ସରୋଜ କର, ଗଜପତି ଜିଲ୍ଲା ସଭାପତି ତଥା ବିଧାୟକ କେ.ନାରାୟଣ ରାଓ, ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

May 14, 2026
ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

May 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version