୧୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚମ୍ପୁଆ :- ଚମ୍ପୁଆ ବ୍ଲକ ଅନ୍ତର୍ଗତ ଉଚ୍ଚ ବାଲି ଗ୍ରାମ ପଞ୍ଚାୟତର ମାଲିପଶି ଓ ବରପଦା ଗ୍ରାମର ଗ୍ରାମବାସୀ ଙ୍କ ଦାବି ଅନୁଯାୟୀ ୫/୫ ଲକ୍ଷ ଟଙ୍କାର ବିଧାୟିକା ପାଣ୍ଠି ରୁ ଅନୁମୋଦନ କରି କଂକ୍ରିଟ ରାସ୍ତା ର ଭିତ୍ତି ପ୍ରସ୍ତର ସ୍ଥାପନ କରି ଲୋକଙ୍କୁ ବିକାଶ ଓ ଏକତାର ବାର୍ତ୍ତା ଦେଇଛନ୍ତି ।
ଏବଂ ସେହିପରି ପୋଡୁଆ ଗ୍ରାମ ପଞ୍ଚାୟତ ରେ ନିର୍ମିତ ହେବା ପାଇଁ ଯାଉଥିବା କଂକ୍ରୀଟ ରାସ୍ତା ପାଇଁ ୫ଲକ୍ଷ ଟଙ୍କା ବିଧାୟିକା ପାଣ୍ଠି ରୁ ମଞ୍ଜୁରି କରିଛନ୍ତି । ଏବଂ ସେହିପରି ଭଣ୍ଡା ପଞ୍ଚାୟତ ର ବାସୁଦେବପୁର ଓ ରଙ୍ଗାମାଟିଆ ଗ୍ରାମ ପଞ୍ଚାୟତ ର ପୋଖୋରିଆ ଗ୍ରାମ ଏବଂ ଚନ୍ଦ୍ରଶେଖରପୁର ଗ୍ରାମ ପଞ୍ଚାୟତ ର ବାଲେଶ୍ୱର ଗ୍ରାମରେ କଂକ୍ରିଟ ରାସ୍ତା ର ନିର୍ମାଣ ପାଇଁ
ବିଧାୟିକା ପାଣ୍ଠି ରୁ ମୋଟ ୫୩ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ। ତାଙ୍କର ଏହି ଜନହିତକର କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ ଏବଂ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।
ବିଶେଷକରି ସୟଂ ସହାୟିକା ଗୋଷ୍ଠିର ମହିଳା ଏବଂ ଗ୍ରାମବାସୀମାନେ ଉତ୍ସାହ ସହକାରେ ନାଚ ଗୀତରେ ବିଧାୟିକାଙ୍କୁ ସ୍ବାଗତ କରିବାର ଦେଖିବାକୁ ମିଳିଥିଲା ।