ଓଡିଶା ତାଜା ନ୍ୟୁଜ୍ (୦୪ ଜୁଲାଇ ଶନିବାର ) କଟକ :- କଟକ, ରାଜ୍ୟରେ କରୋନା ପରିସ୍ଥିତି ଜଟିଳରୁ ଜଟିଳ ହେଉଥିବାବେଳେ କଟକ ର ସ୍ଥିତି ଏବେ ଚିନ୍ତା ଜନକ ହୋଇପଡିଛି । ଯାହାକୁ ଦୃଷ୍ଟି ରେ ରଖି କଟକ ସିଏମସି କମିଶନର କଟକ ଟାଉନ କୁ ୫ ଦିନିଆ ସଟ ଡାଉନ ଘୋଷଣା କରିଚନ୍ତି, ଦିନକୁ ଦିନ କରୋନା ସ୍ଥିତି ଅଣାୟତ ହୋଇ ଚାଲିଛି । କଟକରେ ମଧ୍ୟ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବଢିବାରେ ଲାଗିଛି । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୮ତାରିଖ ଯାଏଁ ସଟ ଡାଉନ ଜାରି ରହିବ ବୋଲି ସିଏମସି କମିଶନର ସୂଚନା ଦେଇଛନ୍ତି ।, ଆଜି ସକାଳେ କଟକ ରାଣୀହାଟ ମାଳିସାହିକୁ ସିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ସଂପୃକ୍ତ ଅଞ୍ଚଳରୁ ଆଜି ପୁଣି ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସରକାର ଙ୍କ ମୁଣ୍ଡ ବିନ୍ଧା କାରଣ ହୋଇଥିଲା । ମାଳିସାହି ଅଞ୍ଚଳରୁ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ଚମ୍ପାଦେଇ ମନ୍ଦିର ଠାରୁ ମାଳିସାହି ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଆଜି ଆଉ ୫ ପଜିଟିଭ୍ ଚିହ୍ନଟ ହେବାପରେ ସ୍ଥିତି ଉଦବେଗଜନକ ହୋଇପଡ଼ିଥିଲା । ୧୦ ଦିନ ଭିତରେ ଏଠାରୁ ମୋଟ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ଗୁରୁବାର ୫୫ ଜଣ ଚିହ୍ନଟ ହୋଇଥିବା ବେଳେ, ପୂର୍ବରୁ ୧୬ ଜଣ ଚିହ୍ନଟ ହୋଇଥିଲେ । ଶୁକ୍ରବାର କଟକରୁ ମୋଟ୍ ୩୦ ପଜିଟିଭ୍ ଚିହ୍ନଟ ହୋଇଥିଲେ ।
ସେହିଭଳି ଏସସିବି ମେଡିକାଲ୍ ଆଇସୋଲେସନ୍ ୱାର୍ଡରୁ ଗୁରବାର ୧୧ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସେପଟେ ଉଭୟ ହସ୍ପିଟାଲକୁ ସିଏମସି ପକ୍ଷରୁ ବିଶୋଧନ କରାଯିବା ଶହ ଅନ୍ୟ ଜନସମାଗମ ସ୍ଥାନ ମାନଙ୍କୁ ମଧ୍ୟ ବିଶୋଧନ କରାଯାଇଛି, କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଆଉରି ବଢିବାର ଆଶଙ୍କା ଦେଖାଦେଇଥିବାରୁ ଜିଲ୍ଲା ପ୍ରଶାସନ ନିଷ୍ପତି କ୍ରମେ ସମ୍ପୂର୍ଣ କଟକ ସହରକୁ ୫ ଦିନ ପାଇଁ ସଟ ଡାଉନ କରାଯାଇଛି,ସଟ ଡାଉନ ସମୟରେ ଜରୁରୀ ସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟସବୁ ବନ୍ଦ ରହିବ, ଏହାକୁ ଅମାନ୍ୟ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି, (ର୍ଵପୋର୍ଟ ଲଷ୍ମୀଧର ଖୁଣ୍ଟିଆ,ରଶ୍ମିତା ମହାପାତ୍ର କଟକ )