No Result
View All Result
୧୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କୋରାଇ :-> କୋରାଇ ଥାନା ଅନ୍ତର୍ଗତ ପୂର୍ବକୋଟ ସ୍ଥିତ ତେଲଙ୍ଗା ବସ୍ତିରେ ଗତକାଲି ରାତିରେ ୪ଥାନାର ପୁଲିସ ଅଧ୍ଵଜାରୀଙ୍କ ମିଳିତ ଚଢାଇ ହୋଇଥିଲା । ଏଥିରେ ବଡଧରଣର ବାଇଜ ଚୋରା କାରବାରରେ ସଂପୃରିଥିବା ୭ଜଣଙ୍କୁ ପୁଲିସ ଗିରଫ କରିଥିଲା ବେଳେ ୭ଟି ଚୋରାଚାଇଜ ମଧ୍ୟ ଜବତ କରିଛି । ଯାହାକି ପୁଲିସକୁ ଆନ୍ତଃରାଜ୍ୟ ଚୋରା ବାଇକ ଗ୍ୟାକେଟ ଠାବ କରିବାରେ ସଫଳ ହୋଇଛନ୍ତି । ସୂଚନାଅନୁଯାୟୀ ଗତ ୧୬ତାରିଖ ଟାଟା ପାୱାରର ବିଦ୍ୟୁତ କର୍ମଚାରୀମାନେ ବିଦ୍ୟୁତ ବିଲ ଆଦାୟ ସଂକ୍ରାନ୍ତରେ ତେଲଙ୍ଗା ବସ୍ତିକୁ ଯାଇଥିଲେ । କର୍ମଚାରୀ ମାନେ ଵସ୍ତିର ବିଦ୍ୟୁତ ଉପଭୋକ୍ତମାନଙ୍କ ସହ ବିକେୟା ବିଲ ଆଦାୟକୁ ନେଇ କଥାକଥାକଟା ହୋଇଥିଲେ । ଏଥିରେ ଉତିକ୍ଷିପ୍ତ ହୋଇ ତେଲେଙ୍ଗା ବସ୍ତିର କେତେକ ଯୁବକ ଵିଦ୍ୟୁତ କର୍ମଚାରୀଙ୍କୁ ମାଡ଼ମାରିବା ସହ ସୁନାଚେନ ଛଡାଇ ନେଇଥିଲେ । ଏନେଇ ଟାଟା ପାଓ୍ବାର କର୍ମରୀ ଥାନରେ ଅଭିଯୋଗ କରିଥିଲେ ।
ତଦନୁଯାୟୀ ଥାନାକେଶ ନମ୍ବର ୨୫୨/୨୩ରେ ଏକ ମାମଲା ରୁଜୁହୋଇ ତଦନ୍ତଜାରୀ ଅଧିକାରୀ ଏଏସଆଇ ପି.କେ ତ୍ରିପାଠୀ ସଦଳବଳେ ତେଲେଙ୍ଗା ବସ୍ତିକୁ ଯାଇଥିଲେ । ହେଲେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ବସ୍ତିରେ ଚୋରା ସମାଗ୍ରୀ ଥିବା ପୁଲିସ ଜାଣିବାକୁ ପାଇଥିଲା । ଏ ସମ୍ପର୍କରେ ତତ୍କ୍ଷଣାତ ଯାଜପୁର ରୋଡ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କ ସହ ଜୋରାଇ ପୁଲିସ ପକ୍ଷରୁ ଯୋଗାଯୋଗ କରାଯାଇଥିଲା । ଏସଡିପିଓ ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୁଆଖୁଆ, ପାଣିକୋଇଲି, କୋରାଇ ଓ ଯାଜପୁରରୋଡ ପ୍ରମୁଖ ୪ ଥାନା ଅଧିକାରୀଙ୍କ ସମେତ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ବସ୍ତିକୁ ନେଇ ଘେରାବନ୍ଦୀ କରିବା ସହ ଚଢଉ କରାଯାଇଥିଲା । ଚଢାଉ ସମୟରେ ସାତଟି ଚୋରା ବାଇକ ଜବତ ସହ ଅଭିଯୁକ୍ତ ଆହୁଲା ଶିବମ ରାଓ, ଆହୁଲା କ୍ରୀଷ୍ଣା, କରନ ପ୍ରଧାନ, ଆହୁଲା ଗଜେନ୍ଦ୍ର, କବାଡ଼ି ଗୋପାଳ, ମୁଗୁ ରାଓ ଓ ଆହୁଲା ଅବିନାଶ ରାଓ ପ୍ରମୁଖ ୭ଜଣଙ୍କୁ ପୁଲିସ ଉଠାଇ ଆଣି ଥିଲା ।
ବାଇଜଗୁଡିକର ଜାଗଜ ପତ୍ର ଦେଖାଇ ପରିନଥିଲା ବେଳେ ଏସବୁ ବିଭିନ୍ନ ସ୍ଥାନରୁ ହୋଇଥିବା ଚୋରି ବାଇକ ବୋଲି ଜଣାପଡିଥିଲା । ଏମୋନେ ସମସ୍ତେ ଟାଟା ପାୱାର ବିଦ୍ୟୁତ କର୍ମଚାରୀଙ୍କୁ ମଡ଼ମାରିବାରେ ସଂପୃକ୍ତି ଥିବା ସହ ଆନ୍ତଃରାଜ୍ୟ ଚୋରା ରାକେଟ ସଂପୃକ୍ତିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲା । ଫଳରେ ସେମାନଙ୍କ ବିରୋଧରେ ହୋଇଥିବା ୨୫୨/୨୩ ରେ ମାମଲାରେ ଗିରଫ କରାଯାଇ ଅଦାଲତ ଚାଲାଣ କରାଯାଇଥିଲା । ପୁଲିସ ଅଧିକ ତଦନ୍ତ ଲାଗି ଜାରିରଖିଥିବା କୋରାଇ ଥାନା ଅଧିକାରିଣୀ ସୁମତୀ ମହାନ୍ତିଙ୍କ ଠାରୁ ଜଣାପଡିଛି ।
No Result
View All Result