୧୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ଉତ୍କଳ ବିକାଶ ପରିଷଦର ସଭାପତି ଇଂ ପ୍ରକାଶ ସେଠୀ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ବିଜେପି ପାର୍ଟି ଅଫିସରେ ନିଜର ସମର୍ଥକଙ୍କୁ ନେଇ ବିଧିବଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ସେଠୀ ଦୀର୍ଘ ବର୍ଷ ଧରି କଟକ ସଦର ନିର୍ବାଚନ ମଣ୍ଡଳୀରେ ନିଜର ସଂଗଠନକୁ ସୁଦୃଢ କରି ପାରିଛନ୍ତି । ବିଜେପି ଠାରୁ ତାଙ୍କ ସଂଗଠନ କଟକ ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟାକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହିତ , ଅନ୍ୟାୟ ବିରୁଦ୍ଧରେ ବିକ୍ଷୋଭର ପ୍ରତିବାଦ କରି ଆସୁଥିଲେ ।

ତାଙ୍କର ଜନସାଧାରଣ ଙ୍କ ପାଇଁ କାର୍ଯ୍ୟ କରିବାର ଆଗ୍ରହ ଦେଖି ବିଭିନ୍ନ ପଞ୍ଚାୟତରେ ସାଧାରଣ ଭୋଟର ତାଙ୍କ ସହିତ ରହି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା । ତାଙ୍କର ଲୋକପ୍ରିୟତା ଏବଂ ଦୃଢ ସଙ୍ଗଠନକୁ ଆଖି ଆଗରେ ରଖି ବିଜେପିର ନେତୃ ସ୍ଥାନୀୟ ବ୍ୟକ୍ତି ଶ୍ରୀ ସେଠୀଙ୍କୁ ବିଜେପିରେ ମିଶାଇ ବହୁତ ଭଲ କରିଛନ୍ତି । ସେ କଟକ ସଦର ବିଜେପିକୁ ସୁଦୃଢ କରିପାରିବେ ବୋଲି ଭୋଟର ମାନେ ଆଶା ପ୍ରକଟ କରିଛନ୍ତି ।

ସୋମବାର ସନ୍ଧ୍ୟାରେ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ଚନ୍ଦ୍ର ବେହେରାଙ୍କ ଉପସ୍ଥିତରେ ରାଜ୍ୟ ସଭାପତି ମନମୋହନ ସାମଲ ଶ୍ରୀ ସେଠୀଙ୍କୁ ପୁଷ୍ପଗୁଛ ଏବଂ ବିଜେପି ଉତ୍ତରୀୟ ଦେଇ ସ୍ୱାଗତ କରିବା ସହ ଦଳରେ ସାମିଲ କରିଥିଲେ । ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ଉପ ସଭାପତି ଡ଼କ୍ଟର ଜତିନ ମହାନ୍ତି, ରାଜ୍ୟ ସଂପାଦକ ସରୋଜ କର ,















