• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମିଲେଟକୁ ଏକ ଉତ୍ତମ ବିକଳ୍ପର ମାନ୍ୟତା ଦେଇଛି ଓଡ଼ିଶା ମିଲେଟ୍ ମିଶନ୍

Proprietor Abhimanyu Maharana by Proprietor Abhimanyu Maharana
September 12, 2023
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ମିଲେଟକୁ ଏକ ଉତ୍ତମ ବିକଳ୍ପର ମାନ୍ୟତା ଦେଇଛି ଓଡ଼ିଶା ମିଲେଟ୍ ମିଶନ୍
Share on FacebookShare on TwitterWhatsapp

୧୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :->  ମିଲେଟ ଫସଲ ଉତ୍ପାଦନରେ ତୀବ୍ର ବୃଦ୍ଧି ଏବଂ କୃଷକମାନଙ୍କ ପାଇଁ ଉତ୍ତମ ଆୟର ସୁଯୋଗରେ ଓଡ଼ିଶା ରେକର୍ଡ଼ କରିଛି । ୨୦୧୭ରେ ଓଡ଼ିଶା ମିଲେଟ ମିଶନ୍ ଆରମ୍ଭ ହେବା ପରେ ରାଜ୍ୟରେ ବହୁସଂଖ୍ୟକ କୃଷକ ମିଲେଟ ଉତ୍ପାଦନ ଆଡ଼କୁ ମନ ବଳାଇଛନ୍ତି । ମିଲେଟ ଉତ୍ପାଦନ କମି କମି ଆସୁଥିବା ବେଳେ ଏହାର ଉପକାରିତା ଉପରେ ଦୂରଦୃଷ୍ଟି ରଖି ଓଡ଼ିଶା ମିଲେଟ ମିଶନ ପୁଣି କୃଷକମାନଙ୍କୁ ମିଲେଟ ଚାଷ ପ୍ରତି ଆକର୍ଷିତ କରିପାରିଛି । ଓଡ଼ିଶାରେ ବର୍ଷ ସାରା ଉଷ୍ଣ ବାତାବରଣ ରହିଥାଏ । ତେଣୁ ଏହି ଜଳବାୟୁରେ ଚାଷ କରିବା କଷ୍ଟସାଧ୍ୟ ହୋଇଥାଏ । ମାତ୍ର ମିଲେଟ୍ ଚାଷ ପାଇଁ ସ୍ୱଳ୍ପଜଳର ଆବଶ୍ୟକତା ପଡ଼େ । ତେଣୁ ମିଲେଟ ଚାଷ ପାଇଁ ଓଡ଼ିଶାର ବାତାବରଣ ଉପଯୋଗୀ । ଏହାର ଉତ୍ପାଦନ ବଢ଼ାଇବା ସହିତ ରାଜ୍ୟର ପ୍ରତି ଘରେ ମିଲେଟକୁ ପହଞ୍ଚାଇବା ପାଇଁ ମିଲେଟ ମିଶନ ଜରିଆରେ ରାଜ୍ୟ ସରକାର ଚେଷ୍ଟା ଜାରି ରଖିଛନ୍ତି ।

ଓଡ଼ିଶା ମିଲେଟ ମିଶନ ରାଜ୍ୟରେ ମିଲେଟ ଉତ୍ପାଦନକୁ ପ୍ରୋତ୍ସାହନ ଦେଇଛି; ଯାହା ଫଳରେ ଓଡ଼ିଶାରେ ଏଥର ଆଖିଦୃଶିଆ ରାଗି ଉତ୍ପାଦନ ବୃଦ୍ଧି ପାଇଛି । ୨୦୧୬-୧୭ ମସିହାରେ ମାତ୍ର ୪୦ ହଜାର କ୍ୱିଣ୍ଟାଲ ମିଲେଟ୍ସ ଉତ୍ପାଦନ ହୋଇଥିବା ବେଳେ ୨୦୨୧-୨୨ରେ ଏହା ୭ ଲକ୍ଷ କ୍ୱିଣ୍ଟାଲକୁ ବୃଦ୍ଧି ପାଇଛି । ୨୦୨୨ ଜୁଲାଇ ସୁଦ୍ଧା ଓଡ଼ିଶା ମିଲେଟ ମିଶନରେ କୃଷକମାନଙ୍କ ସଂଖ୍ୟା ୮ ହଜାରରୁ ୧.୫ ଲକ୍ଷରୁ ଅଧିକ ବୃଦ୍ଧି ପାଇଛି । ମିଲେଟ ଚାଷରୁ ସଫଳତା ପାଇଥିବା ଅନୁଗୁଳ ଜିଲ୍ଲାର ଜଣେ କୃଷକ କହିଛନ୍ତି, “ଚାଷ ପାଇଁ ଆଗରୁ ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଭାରି ବ୍ୟସ୍ତ ଲାଗୁଥିଲା । କିନ୍ତୁ ମିଲେଟ ଚାଷ କରିବା ଭାରି ସହଜ ।

ମିଲେଟ୍ ଚାଷ କରିବା ଫଳରେ ବଜାରର ମହଙ୍ଗା ମାଡ଼ରେ ମଧ୍ୟ ଉନ୍ନତ ଜୀବନଶୈଳୀ ଏବଂ ସ୍ୱାସ୍ଥ୍ୟ ବିକଳ୍ପ ପ୍ରଦାନ କରିବାକୁ ସକ୍ଷମ ହୋଇପାରିଛୁ ।” କୃଷକଙ୍କୁ ଉତ୍ସାହିତ କରି ସରକାରୀ ଅଧିକାରୀ କହିଛନ୍ତି, “ଓଡ଼ିଶା ମିଲେଟ୍ସ ମିଶନ୍ ନାଗରିକଙ୍କ ମଧ୍ୟରେ ଏକ ଅଦମ୍ୟ ବିଶ୍ୱାସ ସୃଷ୍ଟି କରିଛି ।  ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ଦ୍ୱାରା ଆମ ରାଜ୍ୟରେ ମିଲେଟ୍ସ ସମ୍ଭାବନାକୁ ପ୍ରଦର୍ଶନ କରିବା ପାଇଁ ଉନ୍ନତ ରଣନୀତି ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛୁ ।” ଚାଷ ସମୟରେ ଅଧିକ ରାସାୟନିକ ସାର ପ୍ରୟୋଗ କରାଯିବା ଦ୍ୱାରା ପରବର୍ତ୍ତୀ ପର୍ଯ୍ୟାୟରେ ବହୁତ ଅସୁବିଧା ଦେଖାଯାଇଥାଏ । ମିଲେଟ ମିଶନ୍ ଜରିଆରେ ଓଡ଼ିଶା ସରକାର ଏହି ବିଷୟରେ ଚାଷୀମାନଙ୍କୁ ଅବଗତ କରାଇଛନ୍ତି । ଏତଦ୍ବ୍ୟତୀତ, ମିଲେଟ ଚାଷକୁ କିଭଳି ଆହୁରି ଉନ୍ନତମାନର କରାଯାଇପାରିବ ତାହାର ଉପାୟ ମଧ୍ୟ ଚାଷୀଙ୍କୁ ଶିଖାଇଛନ୍ତି ।

ଓଡ଼ିଶା ମିଲେଟ୍ସ ମିଶନ୍ ପକ୍ଷରୁ କୃଷକମାନଙ୍କ ପାଇଁ ସିଧାସଳଖ ବ୍ୟାଙ୍କ ଟ୍ରାନ୍ସଫର ଓ ବିଭିନ୍ନ ପୋର୍ଟାଲ କାର୍ଯ୍ୟକାରୀ କରାଯାଉଛି । ଏଥିସହିତ ଏହାର ଗୁଣବତ୍ତା ପ୍ରତି ମଧ୍ୟ ଧ୍ୟାନ ରଖାଯାଉଛି । ଏହି ପଦକ୍ଷେପ ଦ୍ୱାରା ରାଗି ପରି କିଛି ଫସଲର ଅମଳ ସ୍ୱଳ୍ପ ସମୟ ମଧ୍ୟରେ ଯଥେଷ୍ଟ ବୃଦ୍ଧି ପାଇଥିବା ଦେଖାଯାଇଛି । ରାଜ୍ୟ ସରକାରଙ୍କ ବାରମ୍ବାର ପଦକ୍ଷେପ ଜରିଆରେ କୃଷକମାନେ ସେମାନଙ୍କର ପାରମ୍ପରିକ ଫସଲକୁ ଗ୍ରହଣ କରିବା ସହିତ ସେମାନଙ୍କ ପରିଶ୍ରମର ଉଚିତ ମୂଲ୍ୟ ପାଇବାରେ ସକ୍ଷମ ହୋଇ ପାରୁଛନ୍ତି । ଓଡ଼ିଶା ମିଲେଟ୍ସ ମିଶନ୍ ଏହାର ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ସହିତ ମିଲେଟ୍ସର ଗ୍ରହଣଶୀଳତାକୁ ଅଧିକ ସୁଗମ ଏବଂ ନମନୀୟ କରିବା ପାଇଁ ଉତ୍ତମ ରଣନୀତି ଏବଂ ବୈଜ୍ଞାନିକ କୌଶଳକୁ ସୁନିଶ୍ଚିତ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଛତିଶଗଡ ନିକଟରେ ମୁଣ୍ଡ ବିକିଦେଲା ଓଡିଶା ବିଜେପି ସରକାର – ବିଜେଡି

ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଛତିଶଗଡ ନିକଟରେ ମୁଣ୍ଡ ବିକିଦେଲା ଓଡିଶା ବିଜେପି ସରକାର – ବିଜେଡି

June 28, 2026
State Bank of India Approves Metro Kinaaraa

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେଟ୍ରୋ କିନ୍ନାରାକୁ ଅନୁମୋଦନ କଲା

June 28, 2026
State Bank of India Approves Metro Kinaaraa

State Bank of India Approves Metro Kinaaraa

June 28, 2026
କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା : ବିଜେଡି

କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା : ବିଜେଡି

June 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଛତିଶଗଡ ନିକଟରେ ମୁଣ୍ଡ ବିକିଦେଲା ଓଡିଶା ବିଜେପି ସରକାର – ବିଜେଡି

ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଛତିଶଗଡ ନିକଟରେ ମୁଣ୍ଡ ବିକିଦେଲା ଓଡିଶା ବିଜେପି ସରକାର – ବିଜେଡି

June 28, 2026
State Bank of India Approves Metro Kinaaraa

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେଟ୍ରୋ କିନ୍ନାରାକୁ ଅନୁମୋଦନ କଲା

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version