କୁଜଙ୍ଗ ପୋଲିସ୍ ମିଟୁକୁ ଗିରଫ କରିବା ପରେ ଆମେରିକା କାଲିଫର୍ଣ୍ଣଆର ଜଣେ ଓଡ଼ିଆ ଯୁବକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଧନ୍ୟବାଦ ଦେବା ସହ କୁଜଙ୍ଗ ପୋଲିସ୍ର ଏଭଳି ପ୍ରଶଂସନୀୟ କାର୍ଯ୍ୟାପାଇଁ ଟୁଇଟ୍ ମାଧ୍ୟମରେ ପ୍ରଶଂସା କରିଛନ୍ତି ।
୧୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କୁଜଙ୍ଗ :-> କୁଜଙ୍ଗ ଥାନା ଅଧୀନ ପଙ୍କପାଳ ସ୍କୁଲ୍ ତଥା ମଣ୍ଡଳ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରୁ ବିଳମ୍ବିତ ରାତିରେ କୁଜଙ୍ଗ ପୋଲିସ୍ ଜଣେ ଅଭ୍ୟାସଗତ ଅପରାଧୀକୁ ଗିରଫ କରିବାରେ ସଫଳ ହୋଇଛି । ଅପରାଧୀ ଜଣଙ୍କ ହେଲେ ମନୋଜ ଦାସ ଓରଫ୍ ମିଟୁ । ମିଟୁର ଘର କେନ୍ଦ୍ରାପଡ଼ା ଜିଲ୍ଲା ହୋଇଥିବାବେଳେ ସେ ବିଭିନ୍ନ ଅପରାଧୀକ କାର୍ଯ୍ୟାକଳାପରେ ସଂପୃକ୍ତି ଥିବାବେଳେ ପେଷାଦାର ଭାବେ ଚୋରାମଦ ବେପାର କରିଥାଏ । ପୋଲିସ୍ ଏହି ଘଟଣାରେ ମିଟୁକୁ ଗିରଫ କରିବା ପରେ ଆମେରିକା କାଲିଫର୍ଣ୍ଣଆର ଜଣେ ଓଡ଼ିଆ ଯୁବକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଧନ୍ୟବାଦ ଦେବା ସହ କୁଜଙ୍ଗ ପୋଲିସ୍ର ଏଭଳି ପ୍ରଶଂସନୀୟ କାର୍ଯ୍ୟାପାଇଁ ଟୁଇଟ୍ ମାଧ୍ୟମରେ ପ୍ରଶଂସା କରିଛନ୍ତି ।
ପ୍ରକାଶ ଯେ, ଗତକାଲି କୁଜଙ୍ଗରୁ ଏକ ନମ୍ବର ବିହୀନ ବୁଲେଟ୍ରେ ଚୋରା ମଦ ନେଇ ପଙ୍କପାଳ ଯାଉଥିବା ପୋଲିସ୍ ବିଶେଷ ସୂତ୍ରରୁ ଖବର ପାଇ ଥିଲା । ଫଳରେ କୁଜଙ୍ଗ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ପଙ୍କପାଳରେ ଚଢ଼ାଉ କରାଯାଇଥିଲା । ଘଟଣାସ୍ଥଳରୁ ଅପରାଧୀ ମିଟୁ ଚମ୍ପଟମାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ୍ ତାକୁ ମାଡ଼ିବସିଥିଲା । ତା ନିକଟରୁ ଦେଶୀ ମଦ (ଆସ୍କା ଫଟି)୩୦ ଲିଟର ଜବତ କରାଯାଇଥିବା ବେଳେ ଏହି କାରବାରେ ବ୍ୟବହୃତ ନମ୍ବର ବିହୀନ ବୁଲେଟ୍ଟିକୁ ପୋଲିସ୍ ଜବତ କରିଥିଲା ।
ପୋଲିସ୍ ମିଟୁ ନାମରେ କେସ୍ ନଂ ୪୧୪/୨୩ରେ ମାମଲା ରୁଜ୍ଜୁ କରି ଆଜି କୋର୍ଟ ଚାଲାଣ କରିଥିଲା । ମାତ୍ର ସେଠାରେ ତାର ଜାମିନ୍ ନାମଞ୍ଜୁର ହେବାରୁ ତାକୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ମନୋଜ ଦାସ ଓରଫ୍ ମିଟୁ ନାମରେ କେନ୍ଦ୍ରାପଡ଼ା, ପାରାଦ୍ୱୀପ, କୁଜଙ୍ଗ ଭଳି ବିଭିନ୍ନ ଥାନାରେ ଅପରାଧୀକ ମାମଲା ସହିତ ସେ ସେକ୍ସ ର୍ୟାକେଟ୍ର ମୁଖ୍ୟ କାର୍ପଟଦାର ଭାବେ ତା ନାମରେ ମାମଲା ରହିଥିବା ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାସ ଗଣମାଧ୍ୟମକୁ କହିଛନ୍ତି । ଏବେ ତା ନାମରେ ୧୧୦ (ଅଭ୍ୟାସଗତ ଅପରାଧୀ) ଭାବେ ମାମଲା ରହିଥିବାବେଳେ ଆଗାମୀ ଦିନରେ ସେ ଜାମିନ୍ରେ ଆସି ଯଦି ଅପରାଧୀକ ମାମଲାରେ ସଂପୃକ୍ତି ରୁହେ ତାକୁ ଏ ଅଂଚଳରୁ ତଡ଼ିପାର କରାଯିବ ବୋଲି ଶ୍ରୀଯୁକ୍ତ ଦାଶ ପ୍ରକାଶ କରିଛନ୍ତି ।