ଦୁଇଟି ପୁସ୍ତକର ରଚୟତା ହେଉଛନ୍ତି ଦିଲିଟ୍ ପ୍ରଫୁଲ୍ଲ କୁମାର ମହାନ୍ତି ।
୧୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କର କମଳରେ “ଭାଗବତ ଚେତନାରେ ଶିଶୁ ଓ କିଶୋର” ଏବଂ “ସତରେ ମଣିଷ ନୁହଁନ୍ତି ମହାପୁରୁଷ” ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ସୋମବାର ରାଜଭବନ ଠାରେ ଏହି ଦୁଇଟି ପୁସ୍ତକର ରଚୟତା ହେଉଛନ୍ତି ଦିଲିଟ୍ ପ୍ରଫୁଲ୍ଲ କୁମାର ମହାନ୍ତି । ଏହି ପୁସ୍ତକ ଦୁଇଟିରେ ଉନ୍ନତମାନର ଲେଖାଯାଇଥିବାରୁ ରାଜ୍ୟପାଳ ଏହାର ଉଚ୍ଚପ୍ରଶଂସା କରିବା ସହିତ ଭବିଷ୍ୟତରେ ଲେଖନୀ ଚାଳନା ଅବ୍ୟାହତ ରଖିବାକୁ ଶ୍ରୀ ମହାନ୍ତିଙ୍କୁ ପରାମର୍ଶ ଦେଇଥିଲେ ।
ଶ୍ରୀ ମହାନ୍ତି କନ୍ଧମାଳ ଜିଲ୍ଲାର କଣ୍ଟ୍ରାକ୍ଟରପଡ଼ା ଗ୍ରାମରେ ବାସ କରନ୍ତି । ଏହି ପୁସ୍ତକ ଦୁଇଟି କମଳା ପ୍ରକାଶନୀ ସଂସ୍ଥା ତରଫରୁ ପ୍ରକଶିତ ହୋଇଛି । ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରକାଶନୀ ସଂସ୍ଥାର ପ୍ରତିଷ୍ଠାତା ଡଃ ନୃସିଂହାନନ୍ଦ ମହାପାତ୍ର ଓ ସଭାପତି ରାମକୃଷ୍ଣ ବେହେରା, କୋଷାଧ୍ୟକ୍ଷା ଶ୍ରୀମତୀ ଜୟଲକ୍ଷ୍ମୀ ମହାପାତ୍ର ଓ ସୁରମା ମହାନ୍ତି, ଉପଦେଷ୍ଟା ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।