No Result
View All Result

୧୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା, ବାଲୁଗାଁ :-> ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବଡକୁଳ ପଂଚାୟତ ର ଅଶ୍ୱାରୀ ପାଟଣା ଗ୍ରାମର ଶଙ୍କର ନାୟକ ଙ୍କ ପୁଅ ବାସୁଦେବ ନାୟକ 42 ଗତକାଲି ସକାଳ ସମୟରେ ଘରୁ ପାନ୍ଥନିବାସ ନିକଟ ଚିଲିକା କୁଳ କୁ ଶୌଚ ପାଇଁ ଆସିଥିବା ସମୟ ରେ ଅସାବଧାନ ବଶତଃ ସିଉଳି ରେ ଗୋଡ ଖସି ଯାଇ ପାଣି ରେ ପଡ଼ିଯାଇଥିଲେ, ଯୁବକ ଙ୍କୁ ପଂହରା ଜଣା ନ ଥିବା କାରଣ ରୁ ପାଣି ଭିତରେ ମୃତ୍ୟୁ ବରଣ କରିଥିଲେ । ପରିବାର ଲୋକେ ଗତ କାଲି ଠାରୁ ବହୁ ଖୋଜା କରିଥିଲେ ମଧ୍ୟ ।

ପାଇ ନ ଥିଲେ । ଆଜି ସକାଳୁ ଗାଁ ଲୋକେ ମୃତ ଦେହ ଭାସୁଥିବା ର ଦେଖି ପୋଲିସ୍ କୁ ଖବର ଦେଇଥିଲେ । ପରେ ବାଲୁଗାଁ ଦମକଳ ବାହିନୀ ର କର୍ମଚାରୀ ଆସି ଶବକୁ ପାଣି ଭିତରୁ କାଢି ପୋର୍ଷ୍ଟ ମର୍ଟମ୍ ପାଇଁ ପଠାଯାଇଥିଲା । ବାସୁଦେବ ଗୋଟେ ଗରିବ ଶ୍ରେଣର ଯୁବକ ହୋଇଥିବା ରୁ ସରକାରୀ ଅନୁଦାନ ପାଇଁ ଗାଁ ଲୋକେ ଅନୁରୋଧ କରିଛନ୍ତି ।

No Result
View All Result