ଓଡିଶା ତାଜା ନ୍ୟୁଜ୍ (୦୩ ଜୁଲାଇ ଶୁକ୍ରବାର ) ନୟାଗଡ଼ :- ନୟାଗଡ ଇଟାମାଟି ଠାରେ ବନମହୋତ୍ସବ ସପ୍ତାହ ପାଳିତବୃକ୍ଷକୁ ବଞ୍ଚାଇବାକୁ ହେବ |କେବଳ ବନ ମହୋତ୍ସବ ଆସିଲେ ବଡ଼ ବଡ଼ ବିଭାଗୀୟ ଅଧିକାରୀଙ୍କୁ ଧରି ଅଳ୍ପ କରି ଗଛ ପାଇଁ ସମର୍ପିତ ଜୀବନ ବୋଲି ବହୁଳ ଭାବରେ ଫୋଟୋ ଉଠାଇଲେ ଗଛ ବଂଚିବ ନାହିଁ କି ସେଥିରୁ ବାହାରୁ ଥିବା ଅମ୍ଳଜାନ ମାନବ ଜୀବନ ର ସୁରକ୍ଷ୍ୟା ପାଇଁ ପର୍ଯ୍ୟାପ୍ତ ହେବ ନାହିଁ |ଫଳରେ ମାନବ ସଭ୍ୟତା ଅକାଳରେ ଶେଷ ହିଁ ହେବା ସାର ହେବ|ବୃକ୍ଷ କେବଳ ରୋପଣ କରିଦେଲେ ଚଳିବ ନାହିଁ ବୃକ୍ଷ କେମିତି ରୋପଣ ସହ ବଂଚିବ ତା ଉପରେ ଧ୍ୟାନ ଦେବାର ସମୟ ଆସି ଉପନୀତ ବୋଲି ବିଜୁ-ମହତାବ ସ୍ବେଛାସେବୀ ସେବୀ ସଂଗଠନ ଏବଂ ସାଇକୃପା ଟ୍ୟୁଟୋରିଆଲ ଦ୍ୱାରା ଇଟାମାଟି ସ୍ଥିତ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ପରିସରରେ ବନମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୟାଗଡ ବନଖଣ୍ଡ
(ଟେରିଟୋରି)ଅଧିକାରୀ ଧନରାଜ ହନୁମନ୍ତଜି ଧନନ୍ଧିରେ ଉପସ୍ଥିତ ବୃକ୍ଷପ୍ରେମୀ ମନକୁ ସଚେତନ କରିଛନ୍ତି ଏପରିକି ପ୍ରକୃତିକୁ ସୁରକ୍ଷା ଦେଲେ ହିଁ ସମଗ୍ର ଯିବ ଜଗତର ସୁରକ୍ଷା ହୋଇପାରିବ ବୋଲି ଡି. ଏଫ.ଓ ଶ୍ରୀଯୁକ୍ତ ଧନନ୍ଧିରେ ପ୍ରକାଶ କରିଥିଲେ|ଏହି ଅବସରରେ ମୁଖ୍ୟ ବନ ଅଧିକାରୀ କରୋନା ଭୟଭହତା ରୁ ସୁରକ୍ଷା ସମ୍ପର୍କରେ ମଧ୍ୟ ବିସ୍ତୃତ ପରାମର୍ଶ ପ୍ରଦାନ କରିଥିଲେ|ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଇଟାମାଟି ସରପଞ୍ଚ ସୋନାଲିକା ମନ୍ଥନ, ଶିକ୍ଷାବିତ ଅଶୋକ ନାୟକ,ସମାଜସେବୀ ବିଜୟ ସାଥୁଆ, ବିଯେଡି ବ୍ଲକ ସଭାପତି ଅଜିତ ସାହୁ, ପ୍ରକୃତିପ୍ରେମୀ ଶରତ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ|ସାଇଶୁଭମ ଏବଂ ଭାଗିରଥି ବାଇ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟ ଇଟାମାଟିର ବିଭିନ୍ନ ଅଞ୍ଚଳରେ ସପ୍ତାହବ୍ୟାପି ଏକ ସହ ବୃକ୍ଷ ରୋପଣ ହେବାର କାର୍ଯ୍ୟକ୍ରମ ରହିଛିବୋଲି ସଂସ୍ଥା ତରଫରୁ ପ୍ରକାଶ|ତେବେ ଏଭଳି କାର୍ଯକ୍ରମକୁ ନେଇ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି| (ରିପୋର୍ଟ – ରାମକୃଷ୍ଣ ରଥ )