No Result
View All Result
୧୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ସୁରକ୍ଷା କର୍ମି ଚାକିରି ଦେବାକୁ କହି ଏକାଧିକ ଯୁବକଙ୍କୁ ଏକ ନିର୍ଦ୍ଦିଷ୍ଟ ସଂସ୍ଥା ରେ ନିଯୁକ୍ତି ପରେ ସେମାନଙ୍କ ଦରମା ନ ଦେବାରୁ ଯୁବକମାନେ ଥାନା ର ଦ୍ଵାରସ୍ଥ ହୋଇଥିଲେ। ଏହାପରେ ଅଭିଯୁକ୍ତ ବାପପୁଅ ଙ୍କ ଗୁମର ଖୋଲିଯାଇଥିବା ସହ ଉଭୟ ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସନସାଇନ ରେଣ୍ଟୁର୍ରାଣ୍ଟ ରେ କାର୍ଯ୍ୟରତ ପାଟଣାଗଡ଼ ଥାନା ବନକାବିଅଁର ଗାଁ ର ଘନଶ୍ୟାମ ସାହୁଙ୍କ ଅଭିଯୋଗ ଅନୁସାରେ ଜୁନ ୨୭ ରୁ ଘନଶ୍ୟାମ ।
ରୋୟଲ ଇଣ୍ଡିଆ ଇଭେଏଣ୍ଡ ହସ୍ପିଟାଲିଟି ମ୍ୟାନେଜମେଣ୍ଡ ରେ ସିକ୍ୟୁରିଟି ସଲ୍ୟୁସନ ସର୍ଭିସ୍ ରେ ନିଯୁକ୍ତି ପାଇଥିଲେ । ତାଙ୍କ ବ୍ୟତିତ ୫୦ ଜଣ ଯୁବକଙ୍କୁ ମଧ୍ୟ ନୂଆପଡା ଜିଲ୍ଲା ବୁଡେନ ଥାନା କରଙ୍ଗାମାଲ ଗାଁ ର ବେଣୂଧର ଜଗତ ଓ ତାଙ୍କ ପୁଅ ହେମନ୍ତ କୁମାର ଜଗତ ଉକ୍ତ ସଂସ୍ଥାରେ ସୁପରିଣ୍ଟେଣ୍ଡ , ସୁପରଭାଇଜର, ଇନଚାର୍ଜ ଓ ସିକ୍ୟୁରିଟି ଗାର୍ଡ ଭାବରେ ସନସାଇନ ରେଣ୍ଟୁର୍ରାଣ୍ଟ ଦାୟିତ୍ବରେ ଥିବା ମାଲିକ ସେମାନଙ୍କୁ ନିଯୁକ୍ତି ଦେଇଥିଲେ । ନିଯୁକ୍ତି ପରେ ବେଣୁଧର ଗଙ୍ଗାସାଗର ରେ ଏକ ଭଡ଼ା ଘର ନେଇ ଏହି ୫୦ ଜଣ ଯୁବକ ମାନଙ୍କୁ ତାଲିମ ଦେବା ସହ ନିଯୁକ୍ତି ଦିନ ଠାରୁ ସେମାନଙ୍କୁ ତାଙ୍କ ପ୍ରାପ୍ୟ ଦରମା ଦିଆଯିବ ବୋଲି କହିଆସୁଥିଲେ ।
ଇତିମଧ୍ୟରେ ପାଖାପାଖି ତିନି ମାସ ବିତିଯାଇଥିଲେ ମଧ୍ୟ ସେହି ଯୁବକ ମାନେ କୌଣସି ପ୍ରକାର ପ୍ରାପ୍ୟ ପାଇ ନଥିଲେ । ଯେହେତୁ ଯୁବକ ମାନେ ନିଜ ଖର୍ଚ୍ଚ ରେ ତାଲିମ ନେଉଥିବା ସହ ସମସ୍ତେ ମିଶି ରେଣ୍ଟୁର୍ରାଣ୍ଟ ର ମାଲିକଙ୍କୁ ପାଖାପାଖି ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଦେଇଥିଲେ । ଯୁବକ ମାନଙ୍କ ସନ୍ଦେହ ହେବାରୁ ତିନିଦିନ ତଳେ ବେଣୁଧର ଙ୍କ ସହ ସେମାନ ଙ୍କ ଯୁକ୍ତିତର୍କ ହୋଇଥିଲା । ବେଣୁଧର ସେମାନଙ୍କୁ ଧମକ ଚମକ ଦେବା ସହ ମୋର କିଛି କରିପାରିବ ନାହିଁ ବୋଲି କହିଥିଲା । ଏହାପରେ ନିରାଶ ହୋଇ ଯୁବକ ମାନେ ଥାନା ର ଦ୍ଵାରସ୍ଥ ହୋଇଥିଲେ । ପୁଲିସ ବାପପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାସହ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।
No Result
View All Result