No Result
View All Result
୧୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ସଦର ବିଧାୟକ ତଥା ପୂର୍ବତନ କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଆଜି ଅପରାହ୍ନରେ , ସିଏମସି ୫୯ ନମ୍ବର ୱ।ର୍ଡ଼ର ଟୁଇନ୍ ସିଟି ମଣ୍ଡପରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଦେଢ କୋଟି ଟଙ୍କା ଉକ୍ତ ୱ।ର୍ଡ଼କୁ ବିଭିନ୍ନ କାର୍ଯ୍ୟ ପାଇଁ ପ୍ରଦାନ କରାଯାଇଥିବା ନେଇ ପ୍ରକାଶ କରିଥିଲେ । ବିଭିନ୍ନ ସାହିର ରାସ୍ତା କାର୍ଯ୍ୟ, କ୍ଲବଗୃହ, ମନ୍ଦିର ,

ଆଦି ବିଭିନ୍ନ କାର୍ଯ୍ୟ ବାବଦକୁ ଅର୍ଥ ପ୍ରଦାନ କରା ଯାଇଥିବା ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ସେହିପରି ୱ।ର୍ଡ଼ର ଜାଗା ମିଶନରେ ଚିହ୍ନଟ ହୋଇଥିବା ବସ୍ତି ବାସିନ୍ଦାଙ୍କୁ ଖୁବଶୀଘ୍ର ଜମି ପଟ। ଯୋଗାଇ ଦିଆ ଯିବ , ଶ୍ମଶାନ ଜାଗା ସମ୍ବନ୍ଧୀୟ ବିଷୟରେ ଅଧିକ ଅଭିଯୋଗ ଆସିଥିଲା । ଏନେଇ ଉପଜିଲ୍ଲାପାଳଙ୍କ ସହ କଥାହୋଇ ଏହାର ସମାଧାନ କିପରି ହୋଇ ପାରିବ ସେଦିଗରେ ଦୃଷ୍ଟି ଦେବେ ବୋଲି କହିଥିଲେ ।

ଆୟୋଜିତ ସମୀକ୍ଷା ବୈଠକରେ କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ମହାପାତ୍ର , ୫୯ ନମ୍ବର ୱ।ର୍ଡ଼ ବିଜେଡ଼ି ସଭାପତି ଞାନରଞ୍ଜନ ସାହୁ , ରାଜ୍ୟ ବିଜେଡି ମହିଳା ସଂପାଦିକା ସୂଚୀସ୍ମିତା ସାହୁ , ପିୟୁଷ ରଞ୍ଜନ ମହାପାତ୍ର, ଦୀପକ ସାହୁ, ଜବୀର ସା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


No Result
View All Result