No Result
View All Result
ମହିଳା ଘରୋଇ ହିଂସା ସଂପର୍କରେ ସଚେତନତା ଶିବିର
୯ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ )କଟକ :-> କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ସ୍ଥିତ ମା, ଧାକୁଲେଇଙ୍କ ପୀଠରେ ଆଜି ଓଡିଶା ଫେଡେରେସନ ଅଫ ଓମେନ୍ ଲୟାର୍ସ ପକ୍ଷରୁ, ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ମହିଳା ଆଇନଜୀବୀ ସୁଶ୍ରୀ ଅର୍ଣପୂର୍ଣ୍ଣା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଇନ ସଚେତନତା ଶିବିରରେ ସିଏମସି ୫୮ ନମ୍ବର ୱ।ର୍ଡ଼ର ଶତାଧିକ ମହିଳା ଶିବିରରେ ଅଂଶ ଗ୍ରହଣ କରିଥିଲେ ।

ଆୟୋଜିତ ସଚେତନତା ଶିବିରରେ ଘରେ ରହୁଥିବା ମହିଳାମାନେ ପ୍ରତିଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହିତ ନିର୍ଯ୍ୟାତିତ ହେଉଛନ୍ତି । ଏହାର ମୁକାବିଲା ପାଇଁ ଆଇନର ବିଶେଷ ଦିଗରେ, ଯେଭଳି ଘରୋଇ ହିଂସା, ଯୌତୁକ ନିର୍ଯ୍ୟାତନା ,ପୋସ୍କୋ ଆଇନ , ଫ୍ୟାମିଲକୋର୍ଟ, ଖାଉଟି ଆଇନ, ବରିଷ୍ଠ ନାଗରିକ ମାନଙ୍କ ପାଇଁ ରହିଥିବା ସୁବିଧା ସୁଯୋଗ ବିଷୟରେ , ଯେଭଳି ମହିଳାମାନେ ସଚେତନ ହୋଇ ପାରିବେ ସେନେଇ ବୁଝାଇଥିଲେ ।

ଏହି ସଚେତନତା ଶିବିରରେ ସଭାପତି ଆଇନଜିବୀ ସଦୟ ଲକ୍ଷ୍ମୀ ପଟ୍ଟନାୟକ, ସଂପାଦିକା ଆଇନଜିବୀ ଇକବାଲ ସାବ୍ୟା, ପାର୍ଲ୍ୟାମେଣ୍ଟାରିଆନ୍ ପ୍ରଭାସିନୀ ନାୟକ, ରୀନା ନାୟକ, ରେହେରା ଖାତୁନ୍ ,ମୀନା ଦାସ, କନକଲତା ଦାସ ,ସି କସ୍ତୁରୀ , ଦେବଯାନୀ,ରେହେନା ଖାତୁନ୍ , କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ,ଧାକୁଲେଇ ଗ୍ରାମ୍ୟ ଉନ୍ନୟନ କମିଟିର ସଂପାଦକ ,

ପ୍ରମୋଦ କୁମାର ବେହେରା , ବାଦଲ କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଆଇନ ସଚେତନା ସଂପର୍କରେ ମହିଳା ମାନଙ୍କୁ ଉଦବୋଧନ ଦେଇଥିଲେ । ପାର୍ଥସାରଥୀ ସାହୁ, ସନ୍ତୋଷ ନାୟକ, ଦୀପା ଖୁଣ୍ଟିଆ, ସୁହାନୀ ବେଗମ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

No Result
View All Result