ଉତ୍କଳ ଆଲୁମିନା ମଜଦୁର ସଂଘ ପକ୍ଷରୁ ୩୧ ଦଫା ଦାବି ପତ୍ର ପ୍ରଦାନ

୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାୟଗଡ଼ା :-> ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଉତ୍କଳ ଆଲୁମିନା ମଜଦୁର ସଂଘ ର ସଭାପତି ସମିର ଖରା ଓ ସମ୍ପାଦକ ପ୍ରତାପ କୁମାର ସାହୁଙ୍କ ନେତୃତ୍ବରେ ୩୧ ଦଫା ଦାବି ପତ୍ର ରାୟଗଡ଼ା ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ପ୍ରସନ୍ନ କୁମାର ପାଣିଗ୍ରାହୀଙ୍କୁ ପ୍ରଦାନ କରିଛନ୍ତି । ଦାବି ପତ୍ର ପ୍ରଦାନ ସମୟରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ , ସମ୍ମାନିୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ରାୟଗଡ଼ା ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ ,

ଉପସଭାପତି ଦୁର୍ଗା ମାଧବ ଘୋଷ ଯୋଗଦେଇଥିଲେ ଉକ୍ତ ଦାବି ମଧ୍ୟରେ ମୁଖ୍ୟ ତ ସମସ୍ତ ଠିକା ଶ୍ରମିକ ମାନଙ୍କୁ ଇଏସଆଇ ଏବଂ ଇପିଏଫ ରେ ଅନ୍ତର୍ଭୁକ୍ତ କରାଯାଉ , ରାତ୍ର କାର୍ଯ୍ୟରତ ସମୟରେ ରାତ୍ରି ପାରିଶ୍ରମିକ ରାଶି ପ୍ରଦାନ କରାଯାଉ । ଠିକା ଶ୍ରମିକ ମାନଙ୍କ ପରିବାରଙ୍କର ସମସ୍ତ ସଦସ୍ୟଙ୍କୁ ବିମା ରାଶିରେ ଅନ୍ତର୍ଭୁକ୍ତ କରାଯାଉ ,
ଠିକା ପ୍ରଥା ଉଛେଦ କରାଯାଉ 

ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଟିକା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି କରାଯାଉ , ସମାନ କାମକୁ ସମାନ ବେତନ ପ୍ରଦାନ କରାଯାଉ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କୁ କଡାକଡି ଭାବେ ପାଳନ କରାଯାଉ , ଠିକା କର୍ମଚାରୀମାନଙ୍କୁ ସାପ୍ତାହିକ ଛୁଟିର ହାଜିରା ପ୍ରଦାନ କରାଯାଉ , ଅବସର କାଳୀନ ସମୟ ସିମା ୫୮ ବର୍ଷ ରୁ ୬୦ ବର୍ଷ ବୃଦ୍ଧି କରାଯାଉ , ଠିକା କର୍ମଚାରୀମାନଙ୍କୁ ସର୍ବ ନିମ୍ନ ମାସିକ ୨୧ ହଜାର ଟଙ୍କା ପ୍ରଦାନ କରାଯାଉ ବୋଲି ୩୧ ଟି ଦାବିରେ ଉଲ୍ଲେଖ କରାଯାଇଥିଲା ।