ନିମାପଡ଼ାରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି : ପଣ୍ୟାଗାର ନିଗମର ଅଧୀକ୍ଷକ ଦେବୀପ୍ରସାଦ ମହାନ୍ତି

୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିମାପଡ଼ା :-> ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ନିମାପଡ଼ା ସ୍ଥିତ ଗୋଦାମର ଅଧୀକ୍ଷକ ଦେବୀପ୍ରସାଦ ମହାନ୍ତି । ତାଙ୍କ ଠାରୁ ନଗଦ ୪ ଲକ୍ଷ ୫୩ ହଜାର ୬୧୦ ଟଙ୍କା ଜବତ କରାଯାଇଥିବା ବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କର ତିନିଟି ଠିକଣାରେ ଚଢ଼ାଉ କରାଯାଇଛି । ଦେବୀ ପ୍ରସାଦ ମହାନ୍ତି ଆଜି ନିମାପଡ଼ାରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ହଠାତ୍ ଚଢ଼ାଉ କରି ତାଙ୍କ ବ୍ୟାଗ୍ ଯାଞ୍ଚ କରିଥିଲେ ।

ସେଥିରେ ନଗଦ ୨.୧୪ ଲକ୍ଷ ଟଙ୍କା ଥିଲା । ତାଙ୍କୁ ଯାଞ୍ଚ କରାଯିବାରୁ ଆଉ ୫୯ ହଜାର ୬୧୦ ଟଙ୍କା ବାହାରିଥିଲା । ଶ୍ରୀ ମହାନ୍ତି ଏହି ଅର୍ଥ କେଉଁଠାରୁ ଆଣିଲେ ଓ କେଉଁ ଉଦ୍ଦେଶ୍ୟରେ ନେଇ ଯାଉଥିଲେ, ସେ ନେଇ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ।