୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ମାହାଙ୍ଗା ବ୍ଲକ ପଲ୍ଲୀସାହି ସ୍ଥିତ ମାହାଙ୍ଗା ମହିଳା ମହାବିଦ୍ୟାଳୟ ର ବିଭିନ୍ନ ବିଭାଗର ନୂତନ ଗୃହକୁ ଉଦ୍ଘାଟନ କରିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଆଜି ପୂର୍ବାହ୍ନରେ ଶ୍ରୀ ଜେନା ଏକ ଶୋଭାଯାତ୍ରାରେ ଖନ୍ଦୋଳ ଓସ୍ତମୂଳ ଠାରୁ ଦଳୀୟ କର୍ମୀ ମାନେ ମହାହାବିଦ୍ୟାଳୟ ଉତ୍ସବ ସ୍ଥଳକୁ ପାଛୋଟି ନେଇଥିଲେ,

ମହାବିଦ୍ୟାଳୟର ଛାତ୍ରୀ ମୃତ ଙ୍କ ଗହଣରେ ଶ୍ରୀ ଜେନା ମହାବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ, ଲାଇବ୍ରେରୀ ଗୃହ ଓ ଷ୍ଟାଫ ବିଶ୍ରାମ ଗୃହକୁ ଉଦ୍ଘାଟନ କରି ଆସନ୍ତା ଦିନରେ ୨୦୦ ଛାତ୍ରୀ ବସିବା ଭଳି ଏକ ପ୍ରେକ୍ଷାଳୟ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି, ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରତାପ ଷଡ଼ଙ୍ଗୀ,

ପରିଚାଳନା ସଭାପତି ବିବେକାନନ୍ଦ ମିଶ୍ର, ବ୍ଲକ ଅଧ୍ୟକ୍ଷା ଦୀପା ମଳିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଜକିଶୋର ଜେନା, ସରପଞ୍ଚ ରଶ୍ମିରଞ୍ଜନ ରାଉତ ସମିତି ସଭ୍ୟ ଦୀପକରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ.















