No Result
View All Result
୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> ଗତକାଲି ୦୭.୦୯.୨୦୨୩ ରିଖ ଦିନ ଜୟପାଟଣା ଥାନା ଅନ୍ତର୍ଗତ ଏକତାଗୁଡା , ଜୟପାଟଣା, ଚିଚେଗୁଡା , ଜୁନାପାଣି ଅଞ୍ଚଳରେ ଅବକାରୀ ବିଭାଗର ଜିଲ୍ଲା ମୋବାଇଲ ୟୁନିଟ ଦ୍ଵାରା ଅଚାନକ ଚଢାଉ କରାଯାଇ ୨୫୭ ଟି ମୃତ ସଞ୍ଜିବନୀ ବୋତଲ ଜବତ କରାଯାଇଛି । ୯ ଟି କାର୍ଟୁନରେ ଭର୍ତ୍ତି ହୋଇଥିବା ୯୬ ଲିଟର ମୃତ ସଞ୍ଜିବନୀ ବୋତଲକୁ ଜବତ କରାଯାଇଛି । ଏ ବାବଦରେ ୪ ଜଣଙ୍କୁ ଗିରଫ କରାଯାଇଛି ।

ଔଷଧ କାର୍ଯ୍ୟରେ ବ୍ୟବହୃତ ମୃତ ସଞ୍ଜିବନୀକୁ ଚୋରାରେ ଆଣି ନିଶା ଦ୍ରବ୍ୟ ଭାବେ ବିକ୍ରି କରୁଥିବାରୁ ଏହି ମଦ ବେପାରୀଙ୍କୁ ଗିରଫ କରାଗଲା ବୋଲି ଜଣାଯାଏ। ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଭାରପ୍ରାପ୍ତ ଏସ.ଆଇ. ପି.ଭି. ରାଓଙ୍କ ତତ୍ତ୍ବାବଧାନରେ ହୋଇଥିବା ଚଢାଉରେ ଅବକାରୀ ଏ.ଏସ.ଆଇ. ଯୋଗେଶ୍ଵରୀ ନାୟକ , କନଷ୍ଟେବଲ ମହାଦେବ ମାଝୀ , ଭାନୁ ମାଝୀ , ଦୀପ୍ତି ରଞ୍ଜନ ସାହୁ ସାମିଲ ଥିଲେ ।

No Result
View All Result