୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ହିନ୍ଦୁ ତଥା ସନାତନ ଧର୍ମ ର ପରମ୍ପରା ଅନୁଯାୟୀ ଗତ ବିଷ୍ଣ ଙ୍କର ଅବତାର ରୁପେ ଭଗବାନ ଶ୍ରୀ କୃଷ୍ଣ ଧରାପୃଷ୍ଠ ଅବତରଣ କରିଥିଲେ ।ତତ୍ ଅନୁଯାୟୀ ବିଭିନ୍ନ ଧାର୍ମିକ ପୀଠ ମାନଙ୍କରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା ।ଭଗବାନ ଶ୍ରୀକୃଷ୍ଣ ଦ୍ଵାପର ଯୁଗରେ ନନ୍ଦ ଗୈ।ଡ ଘରେ ଜନ୍ମଗ୍ରହଣ କରିଥିବାରୁ ପରଦିନ ନନ୍ଦ ରାଜାଙ୍କ ଘର ସମେତ ପୁରପଲ୍ଲିରେ ଆନ୍ଦନ ଉଲ୍ଲାସ ସହ ନନ୍ଦ ମହୋତ୍ସବ ପାଳନକରାଯାଇଥିଲା । ସେହି ପରମ୍ପରାକୁ ବଜାୟ ରଖିବା ପାଇଁଁ ପାଟଣାଗଡ ଯାଦବ ( ଗୌଡ଼) ସମାଜ ପକ୍ଷରୁ ସ୍ଥାନୀୟ କାଲିଆ କାହ୍ନୁ ମନ୍ଦିର ରେ ନନ୍ଦ ଉତ୍ସବ ପାଳନ ହୋଇ ଯାଇଛି ।

ଏହି ପରିପ୍ରେକ୍ଷିରେ ଯାଦବ ସମାଜ ପକ୍ଷରୁ ଦୁଲଦୁଲୀ ବାଜା ସହ ଏକ ଶୋଭାଯାତ୍ର ରେ ଇଷ୍ଟଦେବୀ ମା ସମଲେଶ୍ଵରୀ ଓ ପାଟଣେଶ୍ଵରୀ ଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ କାଲିଆ କାହ୍ନୁ ମନ୍ଦିର ରେ ପହଞ୍ଚିଲେ ।ସେଠାରେ ଯାଦବ ସମାଜ ପକ୍ଷରୁ ସଂଘର କିଛି କର୍ମ କର୍ତ୍ତା ମାନଙ୍କ ତତ୍ବବଧାନରେ ଯୁବକ ନିଜ ନିଜ ଭିତରେ ଏକ ଗଉଡବାଡି ଖେଳର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପରେ ଯାଦବ ସମାଜ ବ୍ଳକ ସଭାପତି ଜଗନ୍ନାଥ ଖର୍ସେଲ ଙ୍କ ସଭାପତିତ୍ବରେ ଆୟୋଜିତ ଏକ ସଭାରେ ସଂଘର କିଛି କର୍ମ କର୍ତ୍ତା ମାନଙ୍କୁ ପୁଷ୍ପ ଗୁଚ୍ଛ ଉପଢୌକନ ଦେଇ ସମାନତା କରାଯାଇଥିଲା ।

ଏଥିରେ ବ୍ଳକ ଉପସଭାପତି ସନ୍ତୋଷ ଖୁଟଲା,ଯୁବ ଯାଦବ ବ୍ଳକ ସଭାପତି ହରିଗନ ସୁନାନୀ , ବଲାଙ୍ଗିର ବ୍ଳକ କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ବାଗ ,ଏନଏସି ଯାଦବ ସଭାପତି ସଭାପତି ଜୌତୁକ ଘିଭେଲା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଯାଦବ ସମାଜ ସନାତନ ଓ ହିନ୍ଦୁସମାଜ ର ସର୍ବାଙ୍ଗ ମଙ୍ଗଳ ଓ ଉନ୍ନତି କାମନା ପାଇଁ ନନ୍ଦ ଉତ୍ସବ ଓ ବାଡ଼ି ଖେଳ କରାଯାଇଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉପଦେଷ୍ଟା କମିଟି ର ମୁରଲିଧର ବଗର୍ତ୍ତି ,ରାମଚନ୍ଦ୍ର ବାଗ ଙ୍କ ସମେତ ବ୍ଳକ ର ସମସ୍ତ ପଞ୍ଚାୟତ ର ସଭାପତି ଓ କର୍ମକର୍ତ୍ତା ଶତାଧିକ ମହିଲାପୁରୁଷ ଉପସ୍ଥିତ ଥିଲେ । ସମସ୍ତଙ୍କ ପାଇଁ ଅନ୍ନ ଭୋଗ ର ବ୍ୟବସ୍ଥା କରାଯାଇଥିଲା ।














