ଓଡିଶା ତାଜା ନ୍ୟୁଜ୍ (୦୩ ଜୁଲାଇ ଶୁକ୍ରବାର ) ପାରଳଖେମୁଣ୍ଡି :- ଆସନ୍ତାକାଲି ଠାରୁ ଗଞ୍ଜାମରେ ଜୁଲାଇ୩୧ ପର୍ଯ୍ୟନ୍ତ ଜିଲ୍ଲାରେ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଜିଲ୍ଲା ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି |ତେବେ କୃଷି, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସ୍ୱାସ୍ଥ୍ୟ ଉଦ୍ଦେଶ୍ୟରେ ଯାନବାହାନ ଚଳାଚଳକୁ ଅନୁମତି ଦିଆଯିବ ବୋଲି ଜଣାପଡିଛି | କେବଳ ସଠିକ ପରିଚୟ ପତ୍ର ଥିବା ଦୁଇ ଚକିଆ ଯାନର ଚାଳକକୁ ଅନୁମତି ଦିଆଯିବ । ଏ ନେଇ ଜିଲ୍ଲାପାଳ ଆଜି ଟୁଇଟ୍ କରି ସୂଚନା ଦେଇଛନ୍ତି ।
ବିଜୟ ଅମୃତା କୁଲାଙ୍ଗେ ଲୋକଙ୍କୁ ଘରୁ ବାହାରକୁ ନ ଯିବାକୁ ଅନୁରୋଧ କରିଛନ୍ତି ଏବଂ ଏକରୁ ଅଧିକ ବିଲୋମିଟର ରାସ୍ତା ଯାତ୍ରା ନ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି । ବରିଷ୍ଠ ଲୋକମାନେ ଘରେ ରହିବା ଜରୁରୀ ବୋଲି ସେ ଟ୍ୱିଟ ରେ ଲେଖିଛନ୍ତି । ଜରୁରୀକାଳୀନ ପରିସ୍ଥିତି ନ ହେଲେ ଯାତ୍ରା କରନ୍ତୁ ନାହିଁ, କେବଳ ଘରେ ଓ ଆପଣଙ୍କ କର୍ମକ୍ଷେତ୍ରରେ ରୁହନ୍ତୁ ସାମାଜିକ ଦୂରତା ଉଲ୍ଲଂଘନ ହେବାର ଆଶଙ୍କା ଥିବାରୁ ବାହ୍ୟ ଖାଦ୍ୟକୁ ଖାଆନ୍ତୁ ନାହିଁ |
ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ ବୋଲି ଜିଲ୍ଲାପାଳ ଆଜି ଟୁଇଟ୍ କରି ପରାମର୍ଶ ଦେଇଛନ୍ତ । ଉଲ୍ଲେଖଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ୧୪୦୦ରୁ ଅଧିକ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି । ଏହା ବ୍ୟତୀତ ଏହି ରୋଗରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି । (ଗରୁଡ଼ ଧ୍ୱଜ ଚୌଧୁରୀ)