No Result
View All Result
୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସଷ୍ଟାଣ୍ଡ ନିକଟସ୍ଥ ବନ୍ଧଛକ ବୁଡ଼ାଗୁଡା ରାସ୍ତା ନିକଟରୁ ମଙ୍ଗଳବାର ସନ୍ଧ୍ୟା ୬ଟା ସମୟ ରେ ଦୁଇଟି ଗାଡ଼ିରେ କିଛି ଦୁର୍ବୃତ୍ତ ଆସି ହାଟପଦା ସାହିର ମାଂସ ବ୍ୟବସାୟୀ ହେମନ୍ତ ଗଣ୍ଡା ଓ ପଣ୍ଡିତ ମାଝୀ ଙ୍କୁ ଉଠାଇ ଅପହରଣ କରିନେଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଖବର ପାଇ ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫ ଙ୍କ ସହ ସଦଳବଳ ପୁଲିସ ଦୁର୍ବୃତ୍ତ ଙ୍କ ପିଛା କରିଥିଲେ। ଅପହରଣ ରେ ଗୋଟିଏ ଇନୋଭା ଓ ଗୋଟିଏ ବୋଲେରୋ ଗାଡ଼ି ରହିଥିଲା l
ପୁଲିସ ପିଛା କରି ଅପହରଣ ରେ ସାମିଲ ଥିବା ଗୋଟିଏ ବୋଲେରୋ ଓ ଇନୋଭା କୁ କାବୁ କରି ଦୁଇ ମାଂସ ବ୍ୟବସାୟୀଙ୍କୁ ଅପହରଣ ଘଟଣାର ପର୍ଦାଫାଶ କରିଛି ବାଲିଗୁଡା ପୋଲିସ । ଗତ ମଙ୍ଗଳବାର ସନ୍ଧ୍ୟା ରେ ଦୁଇ ମାଂସ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିଲା। ଏହି ଘଟଣାରେ ୧୦ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଗୋଟିଏ ଇନୋଭା ନଂ.ଓଆର- ୦୨-ଏନ-୧୧୧୯ ବିଏଚ -ଓ ଗୋଟିଏ ବୋଲେରୋ ନଂ.ଓଡି-୦୨ବି-ଏଚ – ୩୯୮୯ ଏପରି ଦୁଇଟି ଗାଡି ଜବତ କରାଯାଇଛି।
ଏହାସହ ଦୁଇ ଅପହୃତ ମାଂସ ବ୍ୟବସାୟୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିବା ଏବଂ ଅଧିକ ତଦନ୍ତ ପାଇଁ ଆବଶ୍ୟକ ପଡିଲେ ରିମାଣ୍ଡ ରେ ଅଣାଯିବ ବୋଲି ବାଲିଗୁଡା ଏସଡିପିଓ ୟସ ପ୍ରିତମ ଶ୍ରୀମଲ ଓ ପ୍ରୋବେସନାଲ ଡିଏସପି ଶୁଭ୍ରଜିତ ବିଶ୍ଵାଳ ସ୍ପଷ୍ଟ କରିଛନ୍ତି। ଏହା ସହ ଗିରଫ ବ୍ୟକ୍ତି ମାନେ ହେଲେ ଗଞ୍ଜାମ ଜିଲ୍ଲା କୋଦୋଳା ଥାନା ଅଞ୍ଚଳ ର ରାହୁଲ ପ୍ରଧାନ, ମିଥୁନ ଜେନା, ଲିଙ୍ଗରାଜ ଜେନା, ସୁନୀଲ ପାଣ୍ଡି, ଶ୍ରୀତମ ସ୍ୱାଇଁ, ହିନା ପାଣ୍ଡି, ଜିତୁ ପ୍ରଧାନ, ଜଗେନ୍ଦ୍ର ରାଉତ, ଓ ଗଣେଶ ସ୍ୱାଇଁ ବୋଲି ବାଲିଗୁଡା ଏସଡିପିଓ ସୂଚନା ଦେଇଛନ୍ତି l ଏହି ଘଟଣାର ଅଧିକ ତଦନ୍ତ ପାଇଁ ଏସ.ଆଇ. ଓମ ନାରାୟଣ ପାତ୍ରଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି.
No Result
View All Result