ଓଡିଶା ତାଜା ନ୍ୟୁଜ୍ (୦୩ ଜୁଲାଇ ଶୁକ୍ରବାର ) ନୟାଗଡ଼ :- ମହାମାରୀ କରୋନା ବୃଦ୍ଧି କୁ ଲକ୍ଷ୍ୟ କରି ନୟାଗଡ଼ ପୌର ପରିଷଦ ଅଞ୍ଚଳ ସର୍ବ ସାଧାରଣ ଙ୍କ ପାଈଁ ସଂପୃକ୍ତ କାର୍ଯ୍ୟାଳୟ ଆସିବାକୁ ଆଜି ଠାରୁ ବାରଣ କରାଯାଇଛି । ଅନ୍ୟାନଦେଶ ପର୍ଯ୍ୟନ୍ତ ଉକ୍ତ ଆଇନ ବଳବତ୍ତର ରହିବ । ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ବିଭାଗ , ଟ୍ରେଡ୍ ଲାଇସେନସ୍ ହୋଲଡ଼ିଂ ,ସାଧାରଣ ଅଭିଯୋଗ ପ୍ରମୁଖ ବିଭାଗ କୁ ନ ଆସିବା କୁ ଘୋଷଣା କରାଯାଇଛି ।
ସେହିପରି ଜିଲ୍ଲାପାଳଙ୍କ ଆଦେଶ କ୍ରମେ କାର୍ଯ୍ୟାଳୟ କର୍ମଚାରି ଙ୍କ ଦୈନିକ ଯୋଗଦାନ ସଂଖ୍ୟା ୫୦ ପ୍ରତିଶତକୁ କମାଇ ଦିଆଯାଇଛି । ତତ୍ କ୍ଷଣାତ୍ ରୋଷ୍ଟର ଡିୟୁଟି ଲାଗୁ କରାଯାଇଛି । କେବଳ ଇ ମେଲ , ୱେବ ସାଇଟ ରେ ଅଭିଯୋଗ କରି ପାରିବେ ବୋଲି ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । (ରିପୋର୍ଟ – ରାମକୃଷ୍ଣ ରଥ )