୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ବାଣପୁର ଦେଉଳ ସାହି ସ୍ଥିତ ଏକତା ବିଦ୍ୟା ନିକେତନରେ ଗୁରୁଦିବସ ପାଳିତ ହୋଇ ଯାଇଛି । ଅନୁଷ୍ଠାନ ର ସମ୍ପାଦିକା ସୁନିତା ମୁନି ଙ୍କ ତତ୍ତ୍ଵାବଧାନରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ଅଧ୍ୟକ୍ଷତା କରିଥିଲେ ଶିଶୁ ସାହିତ୍ୟିକ ଭିକାରୀ ଚରଣ ପ୍ରଧାନ । ପ୍ରାରମ୍ଭରେ ପ୍ରାକ୍ତନ ରାଷ୍ଟ୍ରପତି ଡଃ ସାର୍ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ପ୍ରଦାନ ସହ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ ଅନୁଷ୍ଠାନ ର ପ୍ରତିଷ୍ଠାତା ଅଧ୍ୟାପକ ମନୋଜ କୁମାର ମହାପାତ୍ର ।

ରାଧାକ୍ରିଷ୍ଣନ୍ ଙ୍କ ଜୀଵନାଦର୍ଶ ଉପରେ ଛାତ୍ର ଛାତ୍ରୀ ମାନେ ଚିତ୍ତାକର୍ଷକ ବକ୍ତବ୍ୟ ପ୍ରଦାନ କରିଥିଲେ । ଛାତ୍ରୀ ମାନେ ଗୁରୁ ବନ୍ଦନା ଗାନ କରିବା ସହ ଗୁରୁ ଭକ୍ତି ସମ୍ବଳିତ ନ୍ରୃତ୍ୟ ପରିବେଷଣ କରିଥିଲେ । ଏହାପରେ ଛାତ୍ରୀ ଛାତ୍ରମାନଙ୍କ ଦ୍ଵାରା ଗୁରୁ ପୂଜନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ପାଦିକା ସୁନିତା ମୁନି ଙ୍କ ଉଦ୍ ବୋଧନ ପରେ ଭିକାରୀ ଚରଣ ପ୍ରଧାନ ଗୁରୁ ପରମ୍ପରା ଉପରେ ଆଲୋକପାତ କରିଥିଲେ । ବିଷ୍ଣୁ ପ୍ରିୟା ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ । ଜ୍ୟୋତ୍ସ୍ନା ଗୁରୁ ମା, କବିତା ଗୁରୁ ମା ପ୍ରମୁଖ କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ ।














