No Result
View All Result

୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନ :-> ଯାଜପୁର ଜିଲ୍ଲା ଚିଙ୍ଗୁଡ଼ିପାଳ ପଞ୍ଚାୟତ ର ନଗଡ଼ା ଆଜି ତାଗଡ଼ା ହୋଇଯାଇଛି । ଯେଉଁ ନଗଡା ର ଅପପୁଷ୍ଟି ଓ ଅର୍ଦ୍ଧହାର କୁ ନେଇ ୨୦୧୭ ମସିହା ରେ ଓଡିଶା ରାଜନୀତି ସରଗରମ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନଗଡା ର ପାଦଦେଶ ରେ ପହଞ୍ଚି ବିକାଶ ମୂଳକ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ର ସହାୟତା ରାଶି ଘୋଷଣା କରିଥିଲେ । ଯାଜପୁର ଜିଲ୍ଲା ଚିଙ୍ଗୁଡ଼ିପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାହାଡ଼ ଜଙ୍ଗଲ ଘେରା ଭିତରେ ଥିବା ଏହି ଗାଁ ଉପର ନଗଡା, ମଝି ନଗଡା, ତଳ ନଗଡା, ମୁଖ୍ୟତଃ ଜୁଆଙ୍ଗ ଏବଂ ଆଦିବାସୀ ସମ୍ପ୍ରଦାୟ ର ଲୋକ ମାନେ ଏଠାରେ ବସବାସ କରିଥାନ୍ତି, ଦୁନିଆ କଣ ଜାଣିନଥିବା ମୌଳିକ ସୁବିଧା ରୁ ବଞ୍ଚିତ ଥିବା ଏହି ଅଞ୍ଚଳ ର ଲୋକମାନେ ଏବେ ସମସ୍ତ ସରକାରୀ ସୁବିଧା ପାଇବା ସହିତ ନିଜ ପିଲା ମାନଙ୍କୁ ପାଠ ମଧ୍ୟ ପଢ଼ାଉଛନ୍ତି ।

ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଙ୍କ ପ୍ରଚେଷ୍ଟା ରେ ଏହି ପାହାଡିଆ ଗାଁ ର ଅଧିକାଂଶ ବ୍ୟକ୍ତି ଙ୍କୁ ନିକଟସ୍ଥ କ୍ରୋମ ଖଣି ମାନଙ୍କରେ କାର୍ଯ୍ୟ କରିବା ପାଇଁ ନିଯୁକ୍ତି ଦିଆଯାଇଛି । ସେଦିନ ର ନଗଡା ଏବଂ ଆଜି ର ନଗଡା ମଧ୍ୟରେ ବହୁତ ଫରକ ।ନିଜେ ଆଖିରେ ନ ଦେଖିଲେ ବାସ୍ତବିକ ସ୍ଥିତି/ଚିତ୍ର ଜାଣି ହେବନାହିଁ । ନଗଡା କୁ କୋଟି କୋଟି ଟଙ୍କା ବ୍ୟୟ କରି ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଗାଁ କୁ କରାଯାଇଛି ବିଦ୍ୟୁତ ସଂଯୋଗ, ସୋଲାର ଲାଇଟ ର ମଧ୍ୟ ବ୍ୟବସ୍ଥା କରାଯାଇଛି, ପ୍ରତ୍ୟକ ପରିବାର କୁ ସରକାରୀ ଘର ଯୋଗାଇ ଦିଆଯାଇଥିବା ବେଳେ କରାଯାଇଛି ପାନୀୟ ଜଳ ର ବ୍ୟବସ୍ଥା,

ଗାଁ ର ପିଲା ମାନେ ପାଠ ପଢିବା ପାଇଁ ଅଙ୍ଗନବାଡି କେନ୍ଦ୍ର ଏବଂ ସ୍କୁଲ ମଧ୍ୟ ନିର୍ମାଣ କରାଯାଇଛି , ଗାଁ ରେ ମନ୍ଦିର ମଧ୍ୟ ନିର୍ମାଣ କରାଯାଇଛି, ସରକାର ଙ୍କ ସହଯୋଗ ରେ ଏମାନେ ବିଭିନ୍ନ ପନିପରିବା ଚାଷ କରି ଆଜି ସ୍ବାବଲମ୍ବୀ ହେବା ସହିତ ଲାଭବାନ ହୋଇ ପାରିଛନ୍ତି, ଆଜି ସମସ୍ତଙ୍କୁ ରାସନ କାର୍ଡ ମିଳିଥିବା ବେଳେ ପ୍ରତ୍ୟକ ପରିବାର ସଦସ୍ୟ ଙ୍କୁ ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ ରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଯେଉଁଥି ପାଇଁ କି ନଗଡା ରେ ନବୀନ ପଟ୍ଟନାୟକଙ୍କ ଜୟ ଜୟ କାର ଶୁଣ। ଯାଉଛି ।

ବିରୋଧୀ କଂଗ୍ରେସ ଓ ବିଜେପି ଦଳ ପାଇଁ ନାଗଡା ଆଉ ଇସ୍ୟୁ ହୋଇ ନାହିଁ । ନଗଡ଼ା କୁ ନେଇ ରାଜନୀତି କରୁଥିବା ଦଳ ଏବେ ହତାଶ ହୋଇ ପଡିଛନ୍ତି ।ଖୁବଶୀଘ୍ର ଡୁମୁଣୀ, ନାଲିଆ ଢ଼ାବା ଏବଂ ଗୁହିଆ ଶାଳ ଗାଁ କୁ ରାସ୍ତା ସଂଯୋଗ କରାଯିବ ବୋଲି ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ଜନ ନାୟକ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ କହିଛନ୍ତି.


No Result
View All Result