୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଗଣିଆ :-> ଡ଼. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଜୟନ୍ତୀକୁ ଆଜିର ଦିନଟିରେ ସମଗ୍ର ଭାରତ ଗୁରୁଦିବସ ରୂପେ ପାଳନ କରିଆସୁଛି କ୍ଷ ଏହି ପରିପ୍ରେକ୍ଷୀରେ ଆଜିର ଦିନଟିକୁ ସ୍ମରଣୀୟ କରିବାପାଇଁ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡ଼. ଆର. ସି. ସାମନ୍ତରାୟ ମହାବିଦ୍ୟାଳୟରେ +୨ କଳା, ବିଜ୍ଞାନ ଏବଂ +୩ବିଜ୍ଞାନ ଛାତ୍ର, ଛାତ୍ରୀ ମାନଙ୍କ ଦ୍ଵାରା ମହାଡ଼ମ୍ବର ସହ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ମଳୟ କୁମାର ପଣ୍ଡା,
ଉପାଧ୍ୟକ୍ଷ ଉମାକାନ୍ତ ବେହେରାଙ୍କ ସମେତ ମହାବିଦ୍ୟାଳୟର ପ୍ରତ୍ୟେକ ବିଭାଗର(ଐଙଊ) ଏବଂ ବିଦ୍ୱାନ ଶିକ୍ଷକ, ଶିକ୍ଷୟତ୍ରୀ ଯୋଗଦାନ କରି ବିଦ୍ୟାର୍ଥୀ ମାନଙ୍କୁ ସଦାସର୍ବଦା ସତ୍ୟ ଓ ଧର୍ମ ର ମାର୍ଗ ଅନୁସରଣ ଏବଂ ଗୁରୁଙ୍କୁ ସର୍ବଦା ସମ୍ମାନ ପ୍ରଦର୍ଶନ କରିବାପାଇଁ ଉପଦେଶ ଦେଇଥିଲେ . କବି ଚନ୍ଦ୍ର ସାମନ୍ତରାୟ, ଜିତେନ୍ ପାଣିଗ୍ରାହୀ, ଶୈଳେଶ କୁମାର ଶତପଥୀ, ସୌମ୍ୟ ରଞ୍ଜନ ଆଚାର୍ଯ୍ୟ ,
ଡ଼.ବିଜୟ କୁମାର ଦାସ, ଡ଼.ଶ୍ରୀକାନ୍ତ ସେଠି,ରସାନନ୍ଦ ବେହେରା, ଜ୍ୟୋତି ରଞ୍ଜନ ଖୁଣ୍ଟିଆ , ସତ୍ୟନାରାୟଣ ମିଶ୍ର, ଦେବୀ ପ୍ରସନ୍ନ ବିଶ୍ୱାଳ, ଦେବାଶିଷ ନାୟକ, ସ୍ଵାତି ପ୍ରଗତିକା ମିଶ୍ର , ଚିନ୍ମୟ ପ୍ରସାଦ ସାହୁ,ପ୍ରଦ୍ୟୁମ୍ନ କୁମାର ଜେନା, ରବୀନ୍ଦ୍ର କୁମାର ମହାପାତ୍ର, ବୈକୁଣ୍ଠ ନାଥ ସାହୁ, ପ୍ରକୃତ ଶିକ୍ଷା ସହ ଉତ୍ତମ ସଂସୃତି ବିଦ୍ୟାର୍ଥୀର ଏକମାତ୍ର ଲକ୍ଷ୍ୟ ହେବା ଉଚିତ ବୋଲି ଅଧ୍ୟକ୍ଷ ଡ଼. ମଳୟ କୁମାର ପଣ୍ଡା ବିଦ୍ୟାର୍ଥୀ ମାନଙ୍କୁ ଉପଦେଶ ଦେଇଥିଲେ .