ନିର୍ବାଚନ ମଣ୍ଡଳୀ ପାଇଁ ନିଜସ୍ଵ ପାଣ୍ଠି ମଞ୍ଜୁର କରି ପ୍ରକଳ୍ପ ଶିଳାନ୍ୟାସ ସ୍ଥାପନ କଲେ ବିଧାୟିକା
୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚମ୍ପୁଆ :-> ଚମ୍ପୁଆ ନିର୍ବାଚନ ମଣ୍ଡଳୀକୁ ସରସ ସୁନ୍ଦର କରିବା ପାଇଁ ଅଣ୍ଟା ଭିଡିଥିବା ବିଧାୟିକା ଏବେ ଜନସାଧରଣଙ୍କ ଖୁସିର କାରଣ ପାଲଟିଛନ୍ତି । ସରକାରୀ ଯୋଜନା ଠୁଁ ଆରମ୍ଭ କରି ନିଜସ୍ଵ ବିଧାୟିକା ପାଣ୍ଠି ର ଅର୍ଥ ବିନିଯୋଗ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଶିଳାନ୍ୟାସ କରି ଜନସାଧାରଣ ଙ୍କୁ ଖୁସି ଭେଟି ଦେଇଛନ୍ତି ।
ଏମିତିରେ ଦେଖିବାକୁ ଗଲେ ବିଧାୟିକା ପାଣ୍ଠି ,GIA fund,5th SFC ଏବଂ SDC fund ରୁ ମୋଟ ୮୦ ଲକ୍ଷ ଟଙ୍କାର ମଞ୍ଜୁର ପ୍ରାପ୍ତ କରି ଯୋଡା ବ୍ଲକର ୨୮ ନଂ ଜୋନର ଚମକପୁର, ଅସେଇଁକଳା, ଦେଓଝର ଏବଂ ବିରିକଳା ପଞ୍ଚାୟତ ଇତ୍ୟାଦିରେ ୨୩ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରି ପଞ୍ଚାୟତବାସୀଙ୍କ ଠାରେ ପ୍ରିୟ ର ପାତ୍ର ହୋଇପାରିଛନ୍ତି ।
ଏପରିକି ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଙ୍କ ପାଇଁ ସମସ୍ତ ସୁଖ ସୁବିଧା ଯୋଗାଇବା ସହିତ ନିଜ ଅଞ୍ଚଳ ର ବିକାଶ ଦିଗରେ ସଦାସର୍ବଦା କାର୍ଯ୍ୟ କରିବେ ବୋଲି ମତ ଦେଇଛନ୍ତି । ସମସ୍ତ ପଞ୍ଚାୟତ ର ଗ୍ରାମବାସୀ ଏଭଳି ବିକାଶ ମୂଳକ କାର୍ଯ୍ୟ ଦେଖି ବିଧାୟିକା ଶ୍ରୀମତି ମହାନ୍ତଙ୍କୁ ଖୁସୀରେ ନାଚ
ଗୀତ ବଜାଇ ପାଛୋଟି ନେବାର ମଧ୍ୟ ଦେଖିବାକୁ ମିଳିଛି ଏବଂ ବିଧାୟିକା ଗ୍ରାମବାସୀଙ୍କୁ ଆଶ୍ୱାସନା ମଧ୍ୟ ଦେଇଛନ୍ତି ଯେ, ପ୍ରତ୍ୟେକ କାର୍ଯ୍ୟର ସଠିକ୍ ତଦାରଖ ନିଜେ କରିବା ସହିତ ଦୁଃଖ ସୁଖ ରେ ସାଥି ହୋଇ ରହିବେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ,ସମତିସଭ୍ୟ,ବିଜୁ ଜନତା ଦଳର ଯୋଡା ବ୍ଲକ ସଭାପତି,ଛାତ୍ର ସଭାପତି ଏବଂ ପୂର୍ବତନ ସରପଞ୍ଚ ଙ୍କ ସହିତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।