୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> ଭବାନୀପାଟଣା ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜିଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ ସଚିନ ପାୱାର,ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ଵଜିତ ଦାସଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଜନ ଶୁଣାଣି ଶିବିରରେ ମୋଟ ୧୫୦ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ ।

ସେଥିମଧ୍ୟରୁ ୧୩୩ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୭ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା । ୨୮ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଭବାନୀପାଟଣା ବ୍ଲକର ନୁପୁର ନାଏକ ୨୦୦୦ ଟଙ୍କା, ଜୁନାଗଡ ବ୍ଲକର ଅଶୋକ ବାରିକଙ୍କୁ ୫୦୦୦ ଟଙ୍କା, ଗୋଲାମୁଣ୍ଡା ବ୍ଲକର ମୃଦେଶ୍ୱରି ସାଙ୍କୁ ୫୦୦୦ ଟଙ୍କା ,କୋକସରା ବ୍ଲକର ଚତୁରୀ ବେଶ୍ରାଙ୍କୁ ୫୦୦୦ ଟଙ୍କା,କେସିଙ୍ଗା ବ୍ଲକର ରାଜେନ୍ଦ୍ର ସାହୁଙ୍କୁ ୫୦୦୦ ଟଙ୍କା, କେଗାଁର ଅକ୍ଷୟ ଭୋଇଙ୍କୁ ୧୦,୦୦୦ ଟଙ୍କା ଏବଂ ରେଡକ୍ରସ୍ ତରଫରୁ ଭବାନୀପାଟଣା ବ୍ଲକର ଉମାକାନ୍ତି ସୁନାନିଙ୍କୁ ୨୦୦୦ ଟଙ୍କା ବିଭିନ୍ନ ସାହାଯ୍ୟ ବାବଦରେ ଆର୍ଥିକ ସହାୟତା ମଞ୍ଜୁର କରାଯାଇ ଥିଲା ।














