୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀର ମାଧବ ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ବିଜେଡ଼ି ର ଯୁବ ନେତା ସୁବାସ ମଲ୍ଲିକ ଙ୍କ ନେତୃତ୍ଵରେ ଏକ ପଞ୍ଚାଯତ ସ୍ତରୀୟ ବୈଠକ ଗତ କାଲି ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକ ରେ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଅଞ୍ଚଳ ରୁ ପ୍ରାୟ ୮୦୦ ପୁରୁଷ ଓ ମହିଳା ଯୋଗ ଦେଇ ସୁବାସ ମଲ୍ଲିକ ଙ୍କ ର ବିଭିନ୍ନ ଜନହିତ କର କାର୍ଯ୍ୟ ସମ୍ପର୍କ ରେ ବର୍ଣ୍ଣନା କରିଥିଲେ । ଆଉ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ର ମିଶନ ଶକ୍ତି ମହିଳା ମାନଙ୍କୁ ବିଭିନ୍ନ ଯୋଜନା ରେ କିପରି ସଶକ୍ତି କରଣ କରାଯାଉଛି ଏବଂ ଭୂମି ହିନ ମାନଙ୍କୁ ଜମି ବଣ୍ଟନ ସମ୍ପର୍କ ରେ ଆଲୋଚନା କରାଯାଇ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦିଆଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଯୁବ ନେତା ସୁବାସ ମଲ୍ଲିକ ଙ୍କୁ ଆଗାମୀ ବିଧାନ ସଭା ନିର୍ବାଚନରେ ବିଧ୍ୟାୟକ ଭାବେ ପ୍ରାଥି କରିବାକୁ ବୈଠକ ରେ ନିବେଦନ କରାଯାଇଥିଲା ।
ଦୀର୍ଘ ୧୫ ବର୍ଷ ଧରି ଏଠାରେ ବିଧ୍ୟାୟକ ନିର୍ବାଚିତ ହୋଇଥିଲେ ମଧ୍ୟ କୌଣସି ଜନହିତ କାର୍ଯ୍ୟ ଅଞ୍ଚଳ ରେ ହୋଇ ପାରୁନଥିବା ରୁ ସେଥି ଲାଗି ବୈଠକ ରେ କ୍ଷୋବ ପ୍ରକାଶ ପାଇଥିଲା । ମତେ ଯଦି ଆଗାମୀ ନର୍ବାଚନରେ ବିଧାନ ସଭା ପ୍ରାଥୀ ଭାବେ ନିଆଳି ନିର୍ବାଚନ ମଣ୍ଡଳୀ ବାସୀଙ୍କ ପକ୍ଷରୁ ସୁଯୋଗ ଦିଆ ଯାଏ ତେବେ ମୁଁ ନିଆଳି ବାସୀଙ୍କ ସେବା କରିବି ବୋଲି ବିଜେଡ଼ି ଯୁବ ନେତା ସୁବାସ ମଲ୍ଲିକ ନିବେଦନ କରି ଉକ୍ତ ବୈଠକ ରେ କହିଛନ୍ତି । ଏହି ବୈଠକ ରେ ଦଳିତ ନେତା ପ୍ରଦୀପ୍ତ ସେଠୀ , ନିଶାକର ସ୍ବାଇଁ , ଅରୁଣ କୁମାର ରାୟ , ଉର୍ମିଳା ସ୍ବାଇଁ , ସୁବୋଧ ରାଉତ , ସ୍ମୃତିରେଖା ସେଠୀ , ପ୍ରଶାନ୍ତ ମଲ୍ଲିକ , ପ୍ରତାପ କାଣ୍ଡି ନିଭରଣ , ପିଣ୍ଟୁ ନାୟକ , ମିଲି ଦାସ , ପ୍ରତାପ କାଣ୍ଡି କୃଷ୍ଣ ପ୍ରସାଦ , ସଞ୍ଜୟ ରାଉତ , ମଙ୍ଗୁଳି ଭୋଇ ପ୍ରମୁଖ ଙ୍କ ସମେତ ପ୍ରାୟ ୮୦୦ ପୁରୁଷ ଓ ମହିଳା ଯୋଗ ଦେଇଥିଲେ ।