୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଟାଙ୍ଗୀ :-> ହାଇକୋର୍ଟର ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ରଙ୍କ ଦ୍ୱାରା ଟାଙ୍ଗୀରେ ଗ୍ରାମ୍ୟ ନ୍ୟାୟାଳୟ ର ନୂତନ କୋଠା ଉଦଘାଟିତ।ଉଦଘାଟନ ପରେ ଜଷ୍ଟିଶ ତାଳପତ୍ର କୋର୍ଟର ନୂତନ କୋଠା ବୁଲି ପରିଦର୍ଶନ କରିଥିଲେ । ଯୋଗ ଦେଇ ଜନ ସାଧାରଣଙ୍କୁ ବିଭିନ୍ନ ସମସ୍ୟା ର ସମାଧାନ ଉପରେ ଅନେକ ମନ୍ତବ୍ୟ ରଖିଥିଲେ ।

ଏ଼ହି କୋଠା ପ୍ରାୟ ୨୦୧୩ ମସିହାରେ କାର୍ଯ୍ୟାରମ୍ଭ ହୋଇଥିଲା । ଦୀର୍ଘଦିନର ଅଧୁରା ସ୍ୱପ୍ନ ଆଜି ସାକାର ହୋଇଛି । ଏଥିରେ ଟାଙ୍ଗୀ ଆଇନ୍ ଜୀବି ଙ୍କ ସହିତ ଅଞ୍ଚଳର ପ୍ରାୟ ସାଧାରଣ ଗରୀଵ ଶ୍ରେଣୀର ଲୋକମାନେ ହାତ ପାହାନ୍ତାରେ କିଭଳି ସୁବିଧା ପାଇବେ ।

ଏହି ଵାର୍ତ୍ତା ସାରା ଅଞ୍ଚଳରେ ଖୁସିର ମହଲ ତିଆରି କରିଥିଲା । ପ୍ରାୟତଃ ଏହା ଉପରେ ଟାଙ୍ଗୀ ଅ ୭ ଟି ପଞ୍ଚାୟତର ଲୋକମାନଙ୍କ ପାଇଁ ଗମନା ଗମନ ର ସୁବିଧା ପାଇଁ ପୂର୍ବରୁ ନିର୍ମାଣ କରାଯାଇଥିବା ରାସ୍ତାକୁ ପ୍ରସାରଣ କରି ଉତମ ସେବା ଦେବା ପାଇଁ ଦାବୀ ପ୍ରସ୍ତାବକୁ ପ୍ରତିଶୃତି ଭାବେ ଗୃହିତ କରାଯାଇଛି ।

ଟାଙ୍ଗୀ ଠାରୁ କାଳୁପଡା ଷ୍ଟେଷନ ପର୍ଯ୍ୟନ୍ତ ତତ୍ ସହିତ ଟାଙ୍ଗୀ ମଧୁମଙ୍ଗଳ ପଡିଆ ଠାରୁ ମଙ୍ଗଳାଯୋଡି ପର୍ଯ୍ୟଟନ ସ୍ଥଳୀ ପକ୍ଷାବିହାର ପର୍ଯ୍ୟନ୍ତ ରାସ୍ତାରପ୍ରସାରଣ ବୃଦ୍ଧି ଉପରେ ଆଲୋଚନା ଥିଲା । ଲୋକମାନେ ଆଉ ଖର୍ଚ୍ଚାନ୍ତ ହୋଇ ନ୍ୟାୟ ପାଇଁ ଖୋର୍ଦ୍ଧା ,ବାଣପୁର ଜିବାକୁ ପଡିବ ନାହିଁ।ହାତ ପାହନ୍ତାରେ ମିଳିବ ।















