ବିଜୁ ଜନତା ଦଳର ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ
୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଯୋଡା :-> ଯୋଡା ବ୍ଲକ ଅନ୍ତର୍ଗତ ଜଜାଙ୍ଗ ପଞ୍ଚାୟତର ବନ୍ଧୁଆବେଡା ଠାରେ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତଙ୍କ ନେତୃତ୍ବରେ ବିଜୁ ଜନତା ଦଳର ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ସ୍ଥାନୀୟ ସରପଞ୍ଚ ଏବଂ ସମିତି ସଭ୍ୟା ସମେତ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।

ଶ୍ରୀମତି ମହାନ୍ତ ଜଜାଙ୍ଗ ବାସୀଙ୍କୁ ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ସହିତ ସମସ୍ତେ ଏକଜୁଟ ହୋଇ ରହିବାକୁ ଆହ୍ବାନ ଦେଇଥିଲେ ଏବଂ ଆଗାମୀ ଦିନରେ ଆମ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଆହୁରି ମଜବୁତ କରିବାକୁ ଶପଥ କରାଇଥିଲେ ।


















