୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> କଳାହାଣ୍ଡି ଜିଲ୍ଲା ବିପର୍ଯ୍ୟୟ କର୍ତ୍ତୃପକ୍ଷ , କଳାହାଣ୍ଡି ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ( ଓଷଡ଼ମା ) ଭୁବନେଶ୍ଵରଙ୍କ ମିଳିତ ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତି ସହ ଜିଲ୍ଲା ଜରୁରୀ କାଳୀନ ଅଧୀକାରୀ ସୌଦାମିନୀ ମାଝୀ , ସହକାରୀ ଜିଲ୍ଲାପାଳ କିରଣ କୁମାର ମହାନ୍ତି , ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ , ବ୍ଲକ ଶିକ୍ଷା ଅଧିକାରୀ ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସମସ୍ତ ୧୩ ଗୋଟି ବ୍ଲକରୁ ଉପସ୍ଥିତ ଥିଲେ ।

ଏତଦ ବ୍ୟତୀତ ଜିଲ୍ଲାର ୬ ଗୋଟି ବିପର୍ଯ୍ୟୟ ପ୍ରକଳ୍ପ ବିଦ୍ୟାଳୟର ଶିକ୍ଷକ ମଧ୍ୟ ଉପସ୍ଥିତ ଥିଲେ ।
ଏହି ପ୍ରଶିକ୍ଷଣ ଶିବିରରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗର ପ୍ରକାଶ ଚନ୍ଦ୍ର ନିଶଙ୍କ ଓ ଦୁଷ୍ମନ୍ତ ଶେଖର ପାଢୀ ସାଧନ ବ୍ୟକ୍ତି ଭାବେ ଯୋଗ ଦେଇଥିଲେ । ସେହିପରି ଜିଲ୍ଲା ମଙ୍ଗଳ ବିଭାଗରୁ ବେଦବ୍ୟାସ ପ୍ରଧାନ ସାଧନ ବ୍ୟକ୍ତିଭାବେ ଯୋଗ ଦେଇଥିଲେ । ଏହି ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟର ସମସ୍ତ ଶିଶୁ , ଭିନ୍ନକ୍ଷମ ଏବଂ ବିପଦଶଙ୍କୁଳ ଅବସ୍ଥାରେ ସମସ୍ତଙ୍କର ଯେପରି ସୁରକ୍ଷିତ ଉଦ୍ଧାର ହେବ ଏବଂ ସେମାନଙ୍କର ସ୍ଥାନାନ୍ତରଣ ,

ବିଦ୍ୟାଳୟରେ ସୁରକ୍ଷିତ ପାନୀୟ ଜଳ , ରନ୍ଧନ ବ୍ୟବସ୍ଥାର ସୁରକ୍ଷିତ ପରିଚାଳନା ଓ ସ୍କୁଲ ପରିଚାଳନା କମିଟି ସହ ଉତ୍ତମ ଯୋଗାଯୋଗ ରହିବ ସେ ବିଷୟରେ ଆଲୋକପାତ କରାଗଲା । ଏହି ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ ଶିବିର ଜିଲ୍ଲା ବିପର୍ଯ୍ୟୟ ପରାମର୍ଶ ଦାତା ପ୍ରଦୋଷ ରଞ୍ଜନ ଜେନା ଓ ସାଧନ ବ୍ୟକ୍ତି ଉପସ୍ଥିତ ରହି ବିଦ୍ୟାଳୟ ସୁରକ୍ଷା ଓ ଛାତ୍ର ମାନଙ୍କ ସୁରକ୍ଷା ସମ୍ପର୍କିତ ବିଷୟଗୁଡ଼ିକୁ ଉପସ୍ଥାପିତ କରିଥିଲେ । ସହକାରୀ ଜିଲ୍ଲାପାଳ କିରଣ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।














