No Result
View All Result
୩୧ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ମଙ୍ଗଳବାର ଦିନ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରତିଯୋଗିତାରେ ଜିଲ୍ଲାର 50ଟି ବିଦ୍ୟାଳୟରୁ 350 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ସେମାନଙ୍କର ନାଟକ ପରିବେଷଣ କରିଥିଲେ l ଉକ୍ତ ପ୍ରତିଯୋଗିତାରେ ରା. ଉଦୟଗିରି ବ୍ଲକ ଅନ୍ତର୍ଗତ କେ.ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ନାଟକ ମାଧ୍ୟମରେ ନିଜର ଉଚ୍ଚକୋଟିର କଳାର ନୈପୁଣ୍ୟତା ପ୍ରଦର୍ଶନ କରାଇ ପ୍ରଥମ ସ୍ଥାନ ଅଧିକାର କରି ଆଞ୍ଚଳିକ ସ୍ତରୀୟ ନାଟକ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି l ଏତଦ ବ୍ୟତୀତ ଉକ୍ତ ବିଦ୍ୟାଳୟର ଛାତ୍ରୀ ସନ୍ତୋଷି ଦଳବେହେରା ମଧ୍ୟ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ପୁରସ୍କୃତ ହୋଇ ବିଦ୍ୟାଳୟ ପ୍ରତି ଗୌରବ ଆଣିପାରିଛନ୍ତି l
ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ସୁଶ୍ରୀ ପ୍ରଜ୍ଞାଦୀପ୍ତା ପାଇକ ମାର୍ଗଦର୍ଶିକା ଭାବରେ ସମସ୍ତ ଦାୟିତ୍ୱ ବୁଝିଥିବା ବେଳେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଶିଅଳ ନାଟକଟିକୁ ରଚନା କରିବା ସହିତ ନିର୍ଦେଶନା ମଧ୍ୟ ଦେଇଥିଲେ l ଏହି ସଫଳତା ପଛରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କର ଆନ୍ତରିକ ସହଯୋଗ ରହିଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଆଞ୍ଚଳିକ ସ୍ତର ପାଇଁ ଆହୁରି ନିଖୁଣଭାବେ ଅଭିନୟ ପ୍ରଦର୍ଶନ କରିବାକୁ ହେବ ବୋଲି ପ୍ରକାଶ କରିଵା ସହ ଛାତ୍ରୀମାନଙ୍କୁ ଆଶୀର୍ବାଦ ଅର୍ପଣ କରିଛନ୍ତି l

No Result
View All Result