ପଦ୍ମପୁର ସତ୍ୟସାଇ ସେବା ସମିତି ପରିସରରେ : ଗୋଷ୍ଠୀ କେନ୍ଦ୍ର ର ଭିତ୍ତି ପ୍ରସ୍ତର ସ୍ଥାପନ

୩୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପଦ୍ମପୁର :-> ପଦ୍ମପୁର ସ୍ଥିତ ସତ୍ୟସାଇ ସେବା ସମିତି ପରିସରରେ ଏକ ଗୋଷ୍ଠୀ କେନ୍ଦ୍ର ର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଯୋଗ ଦେଇଥିଲେ। ଏହି ଅବସରରେ ସମିତି ପକ୍ଷରୁ ବିଧାୟିକା ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଧ୍ୟାନ ପ୍ରାର୍ଥନା ଆୟୋଜିତ ହୋଇଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ ସତ୍ୟସାଇ ବାବା ଙ୍କର ମନ୍ଦିର ପ୍ରାଙ୍ଗଣ ରେ ଏକ କମ୍ୟୁନିଟି ହଲ ନିର୍ମାଣ କରିବା ଆବଶ୍ୟକ ରହିଥିଲା ବେଳେ ଆଜି ସତ୍ୟସାଇ ସେବା ସମିତି ର ସମସ୍ତ ସଭ୍ୟ ସଭ୍ୟା ଙ୍କ ଉପସ୍ଥିତି ରେ କମ୍ୟୁନିଟି ହଲ ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା ।