No Result
View All Result
୩୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ରାଜ୍ୟ ସରକାର ପିଲାଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ହେଲେ ଉପାନ୍ତ ଅଞ୍ଚଳରେ ଏହାର ସୁଫଳ ଅପହଞ୍ଚ ହୋଇ ରହି ଯାଇଛି । ଏହାର ଏକ ନଜି ହେଉଛି ଗଜପତି ଜିଲ୍ଲା ନୁଆଗଡ ବ୍ଲକର ଖଜୁରିପଦା ଉର୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଏଠି ଶ୍ରେଣୀଗୃହରେ ସାମାନ୍ୟ ବର୍ଷା ହେଲେ ପାଣି ପଡୁଥିବାରୁ । ଫଳରେ ପିଲାଙ୍କୁ ସ୍କୁଲ ବାରଣ୍ଡା ଓ ହଷ୍ଟେଲ କୋଠରୀରେ ପାଠ ପଢା ଯାଉଥିବାର ସ୍ଥାନୀୟ ଅଭିଭାବକ ଅଭିଯୋଗ କରୁଛନ୍ତି, ସେଠି ଏବେ ଆସବାପତ୍ରକୁ ଗୋଟିଏ ପାର୍ଶ୍ବରେ ରଖି ଶ୍ରେଣୀ କକ୍ଷ ଭଳି ଖଟ ଉପରେ ବସି ପାଠପଢି ବାକୁ ବାଧ୍ୟ ହେଉଛନ୍ତି । ପିଲାଙ୍କ ପାଠପଢାରେ ବାଧା ଉପୁଜୁଥିବା ଅଭିଯୋଗ ହେଉଛି । ୩୨୬(A) ଜାତୀୟ ରାଜପଥ କଡରେ ୧୮୭୯ ମସିହାରେ ସ୍ଥାପିତ ଖଜୁରିପଦା ୟୁ. ପି. ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୫୫ ଜଣ ଛାତ୍ରୀଛାତ୍ର ପୁଢୁଛନ୍ତି ।
ହେଲେ ଅଧିକାଂଶ ଶ୍ରେଣୀ ବର୍ଷା ହେଲେ ଛାତ୍ରରୁ ପାଣି ଗଳୁଥିବା ଦ୍ବାରା ଶ୍ରେଣୀ ଗୃହରେ ପାଣି ଜମି ରହେ । ଅଦିନିଆ ବୃଷ୍ଟିପାତ କିମ୍ବା ବର୍ଷା ରତୁରେ ଏହିଭଳି ସମସ୍ୟା ସବୁବେଳେ ଲାଗି ରହୁଛି । ନିକଟରେ ହୋଇଥିବା ଲଗାଣ ବର୍ଷାରେ ମଧ୍ୟ ସମାନ ସ୍ଥିତି ଉପୁଜିଛି । ଫଳରେ କିଛି ଦିନ ହେଲା ଗୋଟିଏ ଶ୍ରେଣୀ ଗୃହରେ ଦୁଇଟି ଶ୍ରେଣୀର ପିଲା ପଢୁଥିବା ବେଳେ ଆଉ କିଛି ପିଲା ସ୍କୁଲ ବାରଣ୍ଡା ଓ କିଛି ଛାତ୍ରଛାତ୍ରୀ ହଷ୍ଟେଲ କୋଠରୀରେ ପଢିବାକୁ ବାଧ୍ୟ ହେଉଛନ୍ତି । ବର୍ଷା ରତୁ ଆସିଲେ ପିଲାଙ୍କ ।ପାଠପଢାରେ ଏକପ୍ରକାର ଡୋରି ବନ୍ଧା ହେଉଛି । ବିଦ୍ୟାଳୟର ଏହି ସମସ୍ୟା ପ୍ରତି ପ୍ରଶାସନ ଗୁରୁତ୍ବ ଦେଉନଥିବା ଅଭିଯୋଗ ହେଉଛି । ବାରମ୍ବାର ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରାଯାଇଥିବା କହିଛନ୍ତି ପ୍ରଧାନଶିକ୍ଷକ ମଳୟ ବେହେରା । ଶୀଘ୍ର ଶ୍ରେଣୀ ଗୃହ ମରାମତି ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସରପଞ୍ଚ ସଣ୍ଟୁ ମଣ୍ଡଳ ।
ଏହି ବିଦ୍ୟାଳୟରେ ପାଠପଢୁ ଅଭିଭାବକ ମାନେ କହିଛନ୍ତି ଯେ ପ୍ରତି ବର୍ଷ ଏହି ବିଦ୍ୟାଳୟକୁ ଆଇଟିଡିଏ ବିଦ୍ୟାଳୟ ମରାମତି ହେଉଛି ହେଲେ କାମ ହେବାର ଅପମାସ ପରେ ପୂର୍ବଭଳି ଅବସ୍ଥା ହେଉଯାଉଛି । ଏହି ସମସ୍ତ କାମକୁ ବିଭାଗୀୟ ଯନ୍ତୀ କାମ ଗୁଡିକୁ ନିଜରର ନାମରେ ରଖି ସେହି କାମ କରିବା ପାଇଁ ଯେଉଁ ଠିକାଦାର ମୁଟାଆକାର ଚାନ୍ଦା ଦେବା ଠିକାଦାରଙ୍କୁ କାମ କରିବାକୁ ଦିଅନ୍ତି ଯାହାଫଳରେ କାମର ଅବସ୍ଥା ସେହିପରି ହେଉଛି ବୋଲି ଅଭିଯୋଗ କରିଥିଲେ । ସେହିପରି ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଫିସ ଓ ଲାଇବେରୀ କୋଠାରେ ପାଣି ଗଳୁଥିବାରୁ ପ୍ରଧାନ ବସି ଅଫିସ କାମ କରିବାକୁ ଭାରି ଅସୁବିଧା ସମୁଖିନ ହେବାସହ ଫାଇଲି ପ୍ରତ୍ର ପାଣି ପଢି ନଷ୍ଟ ହେଉଯାଛି । ସେହିପରି ଲାଇବେରୀ କୋଠାଥିବା ବହିସବୁ ପାଣି ପଡୁଥିବାରୁ ଲାଇବେରୀର ସମସ୍ତ ବହି ନଷ୍ଠ ହୋଇଯାଉଛି ପ୍ରଧାନଶିକ୍ଷକ ଶ୍ରୀ ହେହେରା କହିଛନ୍ତି ।
No Result
View All Result