୩୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ନାଚୁଣୀ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟ କେନ୍ଦ୍ର ପକ୍ଷରୁ ଆଜି ରକ୍ଷା ବନ୍ଧନ ଉତ୍ସବ କେନ୍ଦ୍ର ପରିସରରେ ପାଳିତ ହୋଇ ଯାଇଛି। ବାଲୁଗାଁ କେନ୍ଦ୍ର ପରିଚାଳିକା ସରିତା ଭଉଣୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷା ବିତ୍ ଅଶ୍ବିନୀ କୁମାର ମହାପାତ୍ରସୁଶାନ୍ତ ମହାନ୍ତି, ସୁରେନ୍ଦ୍ରନାଥ ଗୈ।ଡ, ସମାଜସେବୀ ବାଙ୍କା ପଲେଇ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ପ୍ରମୁଖ ଯୋଗଦେଇ ରକ୍ଷା ବନ୍ଧନ ର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହାପରେ ସମସ୍ତ ଭାଇ ମାନଙ୍କୁ ଭଉଣୀ ମାନେ ଐଶ୍ୱରୀୟ ରାକ୍ଷୀ ବନ୍ଧନ ସୂତ୍ର ବାନ୍ଧି ସେମାନଙ୍କ ର କଲ୍ୟାଣ କାମନା କରିଥିଲେ। ଏହି ଅବସରରେ କୁନି କୁନି ନ୍ରୃତ୍ୟ ଶିଳ୍ପୀ ମାନେ ନ୍ରୃତ୍ୟ ପରିବେଷଣ କରିଥିଲେ। ଅନୁଷ୍ଠାନ ର ନାଚୁଣୀ କେନ୍ଦ୍ର ପରିଚାଳିକା ବ୍ରହ୍ମକୁମାରୀ ନୀଲୁ ଭଉଣୀ,ବବି ଭଉଣୀ ଓ ଅନ୍ୟମାନେ ସାମଗ୍ରିକ
ପରିଚାଳନା କରିଥିବା ବେଳେ ଶାନ୍ତନୁ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଙ୍କୁ ଅନୁଷ୍ଠାନ ପକ୍ଷରୁ ବ୍ରହ୍ମା ଭୋଜନରେ ଆପ୍ୟାୟିତ କରାଯାଇଥିଲା ।















