No Result
View All Result
୨୯ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା/ଜଟଣୀ :-> ହକି କିମ୍ବଦନ୍ତୀ ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉଦ୍ଦେଶ୍ୟରେ ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ,ଖୋର୍ଦ୍ଧା ରୋଡ଼ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି।

ଏହି ଉତ୍ସବରେ ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ,ଖୋର୍ଦ୍ଧା ରୋଡ଼ ଦ୍ଵାରା ଏକ ପ୍ରଦର୍ଶନୀ ଭଲିବଲ୍ ମ୍ୟାଚ୍ ଆୟୋଜିତ ହୋଇଥିଲା,ଯେଉଁଥିରେ ସେଞ୍ଚୁରିଅନ୍ କଲେଜ, ଜଟଣୀ କଲେଜ,ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର ଏବଂ ପୂର୍ବ ତଟ ରେଳ କ୍ରୀଡ଼ା ସଂଘ,ଖୋର୍ଦ୍ଧାରୋଡ଼ ଅଂଶଗ୍ରହଣ କରିଥିଲେ|

କ୍ରୀଡ଼ାର ମହତ୍ତ୍ଵକୁ ପ୍ରୋତ୍ସାହିତ କରିବା ଏବଂ ରେଳ କର୍ମଚାରୀ ଏବଂ ସେମାନଙ୍କ ୱାର୍ଡକୁ ଶାରୀରିକ ଏବଂ ମାନସିକ ଭାବରେ ସକ୍ରିୟ ହେବାକୁ ଉତ୍ସାହିତ କରିବା ପାଇଁ, ଖୋର୍ଦ୍ଧାରୋଡ଼,କଟକ ଏବଂ ପଲାସାରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା କରଯାଇଥିଲା।ପଲାସାରେ ଚେସ ପ୍ରତିଯୋଗିତା ଏବଂ କଟକ ଠାରେ କରାଟେ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା |

ଜାତୀୟ କ୍ରୀଡ଼ା ଦିବସର ସମସ୍ତ କାର୍ଯ୍ୟକଳାପ, କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ,ଶ୍ରୀ ହିମାଦ୍ରୀ ଭୂଷଣ ବିଶ୍ଵାଳ ଏବଂ କ୍ରୀଡ଼ା ସଚିବ ଏମ ଡି.ଜାକିରୁଦ୍ଦିନଙ୍କ ନେତୃତ୍ୱରେ,ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନର ସଦସ୍ୟମାନଙ୍କ ଦ୍ୱାରା ଆୟୋଜିତ କରାଯାଇଥିଲା |

No Result
View All Result