ପଲଶାଗୋରା ହାଇସ୍କୁଲରେ ଜାତୀୟ କ୍ରୀଡା ଦିବସ

୨୯ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବୌଦ୍ଧ :-> ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ମିଳିତ ଗ୍ରାମ ପଞ୍ଚାୟତ ହାଇସ୍କୁଲ ଠାରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି l ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରୁପମା ମହାପାତ୍ର ଙ୍କ ଦ୍ୱାରା କ୍ରୀଡା ପତାକା ଉତ୍ତୋଳନ କରିବା ପରେ ମହାନ କ୍ରୀଡାବିଦ ଭାରତୀୟ ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦ ଙ୍କ ଫୋଟୋ ରେ ପୁଷ୍ପମାଲ ଧୂପ ଦେଇ ତାଙ୍କ ବିଷୟରେ କହିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଖେଳ ଶିକ୍ଷକ ଅରୁଣ କୁମାର ଖଟୁଆ ବିଭିନ୍ନ କ୍ରୀଡା ବିଷୟରେ କହିଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଉମାକାନ୍ତ ପରିଡା, ଜସ୍ମିତା ସ୍ମିତା ଦେବୀ, ସୋନାଲି ପ୍ରିୟଦର୍ଶିନୀ, ସଂଗୀତା ଦଣ୍ଡସେ, ରିଙ୍କୁ ଝାଙ୍କର, ପ୍ରଣବ ଦିଗାଲ, ସନତ ରଣା କ୍ରୀଡା ଦିବସ ଉପରେ ବକ୍ତବ୍ୟ ରଖିଥିଲେ l ପରେ ବିଦ୍ୟାଳୟ ଖେଳ ପଡିଆରେ ଭଲିବଲ, ହକି, ଫୁଟବଲ ସହ ବିଭିନ୍ନ ଖେଳ ପ୍ରତିଯୋଗିତା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କରାଯାଇଥିଲା l ଏହାକୁ ଖେଳ ଶିକ୍ଷକ ଶ୍ରୀ ଖଟୁଆ ପରିଚାଳନା କରିଥିଲେ l