No Result
View All Result
୨୯ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ମୋହନା ହିଲଟପ୍ କଲେଜ ଛକ ବୁଲାଣିରେ କାର ସହ ବାଇକର ମୁହାଁ ମୁହିଁ ଧକ୍କା ହେବା ଫଳରେ ୨ ଭାଇ ଗୁରୁତର । ଆଜି ଅପରାହ୍ନରେ ଦିଗପହଣ୍ଡିରୁ ରାୟଗଡ଼ା ଅଭିମୁଖେ କୌଣସି କାମରେ ଯାଉଥିବା ଏକ କାର ନମ୍ବର ଓଡ଼ିଠ୭ ଏଓ ୪ଠ୬୨ ସହ ଅପରପାର୍ଶ୍ଵ ରାୟଗଡ଼ାରୁ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବାଳକୃଷ୍ଣପୁର ଗ୍ରାମକୁ ମା’ଙ୍କର ମୃତ୍ୟୁ ଖବର ପାଇ ମୁଖାଗ୍ନି ଦେବା ପାଇଁ ୨ ଭାଇ ଶିବରାମ ନାହାକ (୨୯) ବର୍ଷ ଓ ଶଙ୍କର୍ଷଣ ନାହାକ (୨୮) ବର୍ଷ ଯାଉଥିବା ବେଳେ ମୋହନା ହିଲଟପ୍ କଲେଜ ଛକ ବୁଲାଣିରେ କାରର ସମ୍ମୁଖ ଭାଗ ସହ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା ।

ଯାହାଫଳରେ ବାଇକରେ ଯାଉଥିବା ୨ଭାଇ କିଛି ଦୂର ଛିଟିକି ପଡ଼ିଥିଲେ। ଉଭୟେ ଗୁରୁତର ଆହତ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ୨ଭାଇଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତର ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

No Result
View All Result