୨୮ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> ସ୍ଥାନୀୟ ଜିଲ୍ଲାପାଳଙ୍କ ବାସଗୃହ କାର୍ଯ୍ୟାଳୟ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପି ସି ଏବଂ ପି ଏନ୍ ଡି ଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସି ଡ଼ି ଏମ ଓ କଳାହାଣ୍ଡି ଡ ଗିରିଜା ଚନ୍ଦ୍ର ରାଉତ ଜିଲ୍ଲାରେ ପୂର୍ବ ଗର୍ଭ ଧାରଣ ଓ ଜନ୍ମ ପୂର୍ବରୁ ଲିଙ୍ଗ ନିରୂପଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ନିଆଯାଇଥିବା ପଦକ୍ଷେପ ଓ ସ୍ଵୀକୃତି ଦେଇଥିବା ଅଲଟ୍ରା ସାଉଣ୍ଡ କ୍ଲିନିକ୍ ଉପରେ ସବିଶେଷ ତଥ୍ୟ ଦେଇଥିଲେ।ଜିଲ୍ଲାରେ ସରକାରୀ ସ୍ତରରେ ୪ ଟି ଭବାନୀପାଟଣା ଡାକ୍ତରଖାନା, ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା, କେସିଙ୍ଗା ଓ ଏମ. ରାମପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ସହିତ ଘରୋଇ କ୍ଷେତ୍ରରେ ଭବାନୀପାଟଣାରେ ୮ଟି ,

ଧର୍ମଗଡରେ ୪ ଟି, କେସିଙ୍ଗାରେ ୧ ଟି, ଜୁନାଗଡରେ ୩ ଟି, ନର୍ଲାରେ ୧ ଟି ଏବଂ ଲାଞ୍ଜିଗଡରେ ୧ ଟି ଅଲଟ୍ରା ସାଉଣ୍ଡ ଡାକ୍ତର ସହ ଚାଲୁଅଛି।ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ (ପି ଏମ ଏସ ଏମ ଏ)ରେ ସି ଏଚ ସି ଦ୍ଵାରା ପ୍ରେରିତ ସମସ୍ତ ଗର୍ଭବତୀ ମହିଳାମାନଙ୍କୁ ଜିଲ୍ଲାରେ ଚିହ୍ନଟ ୧୭ଟି ଅଲଟ୍ରା ସାଉଣ୍ଡ କ୍ଲିନିକରେ ମାଗଣାରେ ପ୍ରତ୍ୟେକ ମାସ ଗର୍ଭ ସଂଚାର ସମ୍ବନ୍ଧୀୟ ପରୀକ୍ଷା କରାଯାଉଛି। ବିଶେଷତ ଲାଞ୍ଜିଗଡ ଭଳି ଦୁର୍ଗମ ଆଦିବାସୀ ଅଞ୍ଚଲରେ ଗର୍ଭବତୀ ମହିଳା ନିଜର ଗର୍ଭ ଅବସ୍ଥା ସମ୍ବନ୍ଧିତ ପରୀକ୍ଷା ମାଗଣାରେ ଅଲଟ୍ରା ସାଉଣ୍ଡର ସାହାଯ୍ୟ ପାଉଛନ୍ତି।ଜିଲ୍ଲାପାଳ ଗୃହରେ ପ୍ରସବ ଠାରୁ ଡାକ୍ତରଖାନା ବା ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରସବ କରାଇବା ପାଇଁ ବିଶେଷ ଦୃଷ୍ଟି ଓ ପଦକ୍ଷେପ ନେବାକୁ ସି ଡି ଏମ ଓଙ୍କୁ କହିଥିଲେ।

ସେହିପରି ଜିଲ୍ଲାରେ ବେଆଇନ ଲିଙ୍ଗ ନିରୂପଣ କରୁଥିବା କ୍ଲିନିକ୍ ଉପରେ ତଥ୍ୟ ଦେବାକୁ କହିଥିଲେ। ଜିଲ୍ଲାପାଳ ମୁଖ୍ୟ ଡାକ୍ତରଖାନାରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ତ୍ୱରିତ କାର୍ଯ୍ୟନୁଷ୍ଠାନ ଓ ପି ଡି ରେ ମେଡିସିନ ଚିକିତ୍ସକ ବସିବା, ଶୌଚାଳୟର ପରିଚ୍ଛନ୍ନତା, ରୋଗୀମାନଙ୍କୁ ଉତ୍ତମ ବ୍ୟବହାର ଉପରେ ଗୁରୁତ୍ବ ଦେଇ ପଦକ୍ଷେପ ନେବାକୁ ସି ଡି ଏମ ଓ ଙ୍କୁ କହିଥିଲେ। ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ମେଡ଼ିସିନ୍ ବିଷେଶଜ୍ଞଙ୍କୁ ନିଯୁକ୍ତି କରି ମେଡିସିନ ୱାର୍ଡ ଶୀଘ୍ର ବ୍ୟବସ୍ଥା କରିବାକୁ କହିଥିଲେ।ବୈଠକରେ ଏ ଡି ପି ଏଚ ଓ ( ଏଫ୍ ଡବ୍ଲୁ) ଡ ଚନ୍ଦ୍ରକାନ୍ତି ଆଚାର୍ଯ୍ୟ, ବରିଷ୍ଠ ଚିକିତ୍ସକ (ଓ ଜି) ଡ ମିନତୀ ଦାସ, ବରିଷ୍ଠ ଚିକିତ୍ସକ ( ଶିଶୁ ରୋଗ) ଡ ବିଜୟ କାମ୍ପା, ଡି ଏମ ଓ (ଏମ ଏସ) ଡ ରଞ୍ଜନ ମିତ୍ର, ଡି ଆଇ ପି ଆର ଓ ମନୋଜ ବେହେରା ,ସେବା ଜଗତ ପ୍ରତିନିଧି ରୋସନାରା ମହାନ୍ତି, ଜନ ସାହାଯ୍ୟ ସମ୍ପାଦକ ସୀତା ଦେବୀଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ।














