No Result
View All Result
୨୮ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ମା ‘ ଙ୍କ ମୃତ୍ୟୁ ଖବର ପାଇ ମୁଖାଗ୍ନି ଦେବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଦୁଇ ଭାଇ ଗୁରୁତ୍ବର ହୋଇଥିଲେ । ଏଭଳି ଦୁଃଖଦ ଘଟଣା ଗଟିଛି ଗଜପତି ଜିଲ୍ଲା ମୋହନା ହିଲଟପ କଲେଜ ଛକ ନିକଟରେ । ରବିବାର ଗଞ୍ଜମ ଜିଲ୍ଲା ବାଳକୃଷ୍ଣପୁର ଗ୍ରାମର ଦୁଇ ଭାଇ ଶିବରାମ ନାହାକ (29) ଓ ଶଙ୍କର୍ଷଣ ନାହକ(28) ଙ୍କ ମା ଙ୍କ ମୃତ୍ୟୁ ହୋଇଥିଲା ।
ସେମାନେ ଏହି ଖବର ପାଇ ରାୟଗଡା ଘରକୁ ଆସୁଥିବା ବେଳେ ହିଲଟପ କଲେଜ ଛକ ନିକଟ ବୁଲାଣିରେ ଦିଗପହଣ୍ଡି ରୁ ରାୟଗଡା ଅଭିମୁଖେ ଯାଉଥିବା ଏକ କାର ସହିତ ମୁହାଁମୁହିଁ ଦୁର୍ଘଟଣାର ଶିକାର ହୋଇଥିଲେ । ଫଳରେ ବାଇକି୍ ରୁ ୨ଭାଇ ଦୂରକୁ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରାଯାଇଥିଲା । ଦୁଇ ଭାଇଙ୍କ ଅବସ୍ଥା ଗୁରୁତ୍ବର ଥିବରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ ଜାରି ରହିଛି ।

No Result
View All Result