No Result
View All Result
୨୮ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଦୀର୍ଘ ୩୨ ଘଣ୍ଟା ପରେ ଉଦ୍ଧାର ହେଲା ପଥର ତଳେ ଚାପି ହୋଇ ରହିଥିବା ଦୁଇ ମାମୁଁ-ଭଣଜାଙ୍କ ମୃତ ଦେହ । ଗଜପତି ଜିଲ୍ଲା ମୋହନା ଥାନା ବନ୍ଧାଗୁଡ଼ା ଗ୍ରାମରେ ଥିବା ଏକ କ୍ରସର୍ରେ(Crosser) ପଥର ବ୍ଲାଷ୍ଟିଂ ବେଳେ ସେଠାରେ ଶ୍ରମିକ ଭାବେ କାମ କରୁଥିବା ମାମୁଁ ଓ ଭଣଜାଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ ଓ ଅଗ୍ନିଶମ ବାହିନୀ। ଉଦ୍ଧାର ହୋଇଥିବା ଦୁଇ ମୃତ ଦେହ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଝାରେଡି ଗାଁର ନାରାୟଣ ନାହାକ ଓ ମଧୁର ଚୁଆ ଗାଁର ବିଷ୍ଣୁ ନାହାକ ହୋଇଥିବା ଜଣାପଡ଼ିଛି।

ଖବର ପାଇ ଘଟଣା ସ୍ଥଳରେ ମୋହନା ତହସିଲଦାର ଓ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି।। ଦୀର୍ଘ ୩୨ ଘଣ୍ଟା ପରେ ଚାପି ହୋଇରହିଥିବା ବିରାଟକାୟ ପଥରକୁ ହଟେଇବାରେ ସଫଳ ହୋଇଛି ଜିଲ୍ଲା ପ୍ରଶାସନ । ଉଭୟ ମାମୁଁ ଓ ଭଣଜା ଏକ ବଡ଼ପଥର ପଛପଟେ ବ୍ଲାଷ୍ଟିଂ ପରିଚାଳନା କରୁଥିବା ବେଳେ ଏକ ବିଶାଳ ପଥର ଖଣ୍ଡ ଫାଟି ଉଭୟଙ୍କ ଉପରେ ଛିଟିକି ପଡ଼ିଥିଲା । ପାହାଡ଼ ଉପରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଉଭୟ ପଥର ତଳେ ଚାପି ହୋଇ ପ୍ରାଣ ହରାଇଥିଲେ।

ବିଳମ୍ବିତ ରାତିରେ ଦୁଇ ମାମୁଁ ଭଣଜାଙ୍କ ମୃତ ଦେହକୁ ପଥର ଫଟେଇ ଉଦ୍ଧାର କରି ମୃତ ଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି ପୋଲିସ୍। ଉଭୟ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି କ୍ଷତି ପୂରଣ ଲାଗି ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ରିଲିଫ୍ ପାଣ୍ଠିରୁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।ତେବେ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।

No Result
View All Result