No Result
View All Result
୨୮ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ବତ୍ତମାନ ସାରା ରାଜ୍ୟରେ ପାରିବାରକ କଳହ ଗୋଷ୍ଠୀ ସଂଘର୍ଷ ଭଳି ପରିସ୍ଥିତିର ସମାଧାନ ଓ ତାହାର ଉଚିତ ପଦକ୍ଷେପ ନେବା ଅସହାୟମାନଙ୍କୁ ସହାୟତା ବାସକ୍ଷେପ ନେବା ଅସହୟମାନଙ୍କୁ ସହାୟତା ବାସହୀନ ବା ଯେଉଁ ମାନେ ସରକାରୀ ଯୋଜନା ଗୁଡିକରେ ନାମ ଯୋଡି ପାରୁନାହାନ୍ତି ଏବଂ ଗ୍ରାମାଞ୍ଚଳର ବିକାଶରେ ସାଧାରଣ ଲୋକଙ୍କୁ ସସହଯୋଗର ହାତ ବଢେଇବା ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ବ୍ଳକରେ ଶାନ୍ତି ବିକାଶ କମିଟି ଗଠନ କରାଯାଇଥିଲା । ଆର,ଉଦୟଗିରି ବ୍ଳକର ରାମଗିରି ଗ୍ରାମପଞ୍ଚାୟତର ରାଜୀବଗାନ୍ଧୀ ସେବା କେନ୍ଦ୍ର ଠାରେ ଶାନ୍ତି ବିକାଶ କମିଟି ତରଫରୁ ଏକ ଗୁରୁତ୍ବପୂଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ବୈଠକରେ ବ୍ରହ୍ମପୁର ସ୍ବାଦ ପରିଚାଳନା କାର୍ଯ୍ୟାଳୟ ତରଫରୁ ସିଷ୍ଟର ଆଇଫୋନସା ମୁଖ୍ୟ ଟ୍ରେନର ଭାବେ ଯୋଗ ଦେଇଥିଲେ । ରାମଗିରି ଗ୍ରାମର ସମସ୍ତ ସାହିର ଶାନ୍ତି ପ୍ରଥମେ ପିଲାମାନଙ୍କ ଉର୍ଚ ଶିକ୍ଷା ଆଲୋଚନା କରାଯାଇଥିଲା । ରାମଗିରି ଥିବା ଉର୍ଚ ମାଧ୍ୟମିକ ବିଦ୍ୟାଳୟ (ଏସଏସଡି) ଅନୁସୂଚିତ ଜନଜାତି / ଜାତି ବିଭାଗ ତରଫରୁ ଏକ ମାତ୍ର ଉର୍ଚ ବିଦ୍ୟାଳୟ ରହିଛି ଯାହାକି ସାଧାରଣ ବର୍ଗର ପିଲାମାନଙ୍କ ପାଇଁ ଆସନ କମ ଥିବାରୁ ଅଭିଭାବକ ମାନଙ୍କୁ ୫/୬ କିଲୋମିଟର ଅନ୍ୟ ପଞ୍ଚାୟତର ଉର୍ଚ ବିଦ୍ୟାଳୟରେ ନାମ ଲେଖେଇବାକୁ ପଡୁଛି ।
ଏହାକୁ ଅସନ୍ତୋଷ ପ୍ରକାଶ କରି ରାମଗିରିରେ ୧୮୭୫ରୁ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପାଠ ପଡିପାରୁଛନ୍ତି ତ ସେହି ବିଦ୍ୟାଳୟକୁ ସରକାରୀ ଉର୍ଚ ବିଦ୍ୟାଳୟରେ ପରିଣତ କଲେ ଏହି ସମସ୍ପାର ସମାଧାନ ହୋଇପାରିବ ବୋଲି ବୈଠକରେ ଉପସ୍ଥାପନା କରାଯାଇଥିଲା । ସବାଦ ଅନୁଷ୍ଠାନ କର୍ମୀ ନିର୍ମଳ ପଟ୍ଟନାୟକଙ୍କ ପରିଚାଳନାରେ ରାମଗିରି ଶାନ୍ତି ବିକାଶ କମିଟି ସଦସ୍ୟା ସହ ଶାନ୍ତି ବିକାଶ କମିଟିର ୪୦ରୁ ଉଦ୍ଧ୍ବ ସଦସ୍ୟ/ ସଦସ୍ୟା ବୈଠକରେ ଉପସ୍ଥିତ ଥିଲେ ।

No Result
View All Result