ଭାରତୀୟ ମଜଦୁର ସଂଘ ଏବଂ ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳନ

୨୮ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାୟଗଡ଼  :->  ଭାରତୀୟ ମଜଦୁର ସଂଘ ସଂଲଗ୍ନ ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ଅଗଷ୍ଟ ମାସ ୨୮ ତାରିଖକୁ ସାରା ଦେଶରେ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ରୂପେ ପାଳନ କରିଆସୁଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲା ସମସ୍ତ ବ୍ଳକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ସ୍ଥିତ ଗ୍ରାମ ଦେବୀ ମାଁ ବୁଦ୍ରାଲାମା ମନ୍ଦିର ପରିସରରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ଏବଂ ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ଯ ସମ୍ପାଦକ ଗଜପତି ଗଞ୍ଜାମ ଏବଂ ରାୟଗଡ଼ା ଜିଲ୍ଲା ପ୍ରଭାରୀ ଶ୍ରୀ ଯୋଗେଶ୍ଵର ଦାସ। ,

ରାୟଗଡ଼ା ବନ ବିଭାଗର ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ସଞ୍ଜୟ କୁମାର ଦାଶ , ବନପାଳ ଗୈାରୀ ସାହୁ , ବସନ୍ତ କୁମାର ଉଲ୍ଲାକା , ଆପଲା ସ୍ଵାମୀ କାଡ୍ରାକା , ବି ଜଗନ , ଶ୍ରୀମତୀ ମଞ୍ଜୁଳା ମିନୀୟାକ ଅତିଥି ଭାବେ ଯୋଗ ଦେଇ ବେଲ , ଅଁଳା ଏବଂ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ରୋପଣ କରିଥିଲେ। ଭାରତୀୟ ମଜଦୁର ସଂଘ ର ଏପରି ଚିନ୍ତା ଧାରା ଏବଂ କାର୍ଯ୍ୟକ୍ରମକୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିବା ସହ ଦେଶ ଗଠନରେ ଆଗରେ ରହି ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାକୁ ସମାଧାନ କରିବା ସହ ସାମାଜିକ କାମକୁ ଆଗରେ ରହି ଯେଉଁ ସବୁ କାର୍ଯ୍ୟକ୍ରମ କରି ଆସୁଛନ୍ତି

ତାହା ଏକ ଚିର ସ୍ମରଣୀୟ। ଶ୍ରମିକ ନେତା ଶ୍ରୀ ଯୋଗେଶ୍ଵର ଦାସ କହିଥିଲେ ପର୍ଯ୍ୟାବରଣ ଦିବସକୁ ଏକ ସାର୍ବଜନିନ ପର୍ବ ଭାବରେ ପାଳନ କରିବା ସହ ପରିବେଶ ସଂକ୍ରାନ୍ତରେ ଜନ ସଚେତନା ସୃଷ୍ଟି କରିବା ଭାରତୀୟ ମଜଦୁର ସଂଘ ର ଏକ ମାତ୍ର ଲକ୍ଷ ଓ ଉଦ୍ଦେଶ୍ୟ ଏବଂ ସ୍ଵଚ୍ଛ, ନିର୍ମଳ ଓ ପ୍ରଦ୍ୟୁଷଣ ମୁକ୍ତ ବାତାବରଣ , ପୃଥିବୀରେ ବାସ କରୁଥିବା ସମସ୍ତ ଜନ ସମାଜ ପାଇଁ ମୌଳିକ ଅଧିକାର ଓ ଆବଶ୍ୟକତା ରହିଥିବା ବେଳେ ମନୁଷ୍ୟ ତାର ଅନାବଶ୍ୟକ ତାକୁ ପୂରଣ କରିବା ପାଇଁ ପରିବେଷ କୁ ସୋଷଣ କରୁଛି ,

ଆଧୁନିକ ସଭ୍ୟତାର ଆବଶ୍ୟକତା ପାଇଁ ଶିଳ୍ପାୟନ ବୃଦ୍ଧି ଓ ଲୋକଙ୍କର ଆବଶ୍ୟକ ସାମଗ୍ରୀ ନିର୍ମାଣ ପାଇଁ କଳ କାରଖାନା ରୁ ନିର୍ଗତ ଧୁଆଁ, ଯାତାୟାତ ବ୍ୟବହୃତ ଯାନବାହାନ ର ପ୍ରଦ୍ୟୁଷଣ , ଶୀତତାପ ନିୟନ୍ତ୍ରିତ ଯନ୍ତ୍ରପାତି ଇତ୍ୟାଦିରୁ ନିର୍ଗତ ବିଷାକ୍ତ କ୍ଳୋରଫ୍ଲୋର କାର୍ବନ ପାଇଁ ପ୍ରତ୍ୟେକ ବର୍ଷ ତାପମାତ୍ରା ବୃଦ୍ଧି ପାଇଛି। ପରିବେଶ ବିନା ମଣିଷ ସମାଜର କଲ୍ୟାଣ ଅସମ୍ବବ ପରିବେଶ ନ ରହିଲେ ଜିବସତା ରହିବ ନାହିଁ। ଭାରତୀୟ ମଜଦୁର ସଂଘ ଶ୍ରମିକ ସମାଜର କଲ୍ୟାଣ ପାଇଁ ଯେତିକି ଚିନ୍ତିତ ସେତିକି ସମାଜ ଓ ପରିବେଶ ପାଇଁ ମଧ୍ୟ ସେତିକି ଚିନ୍ତିତ ,

ପରିବେଶ ସଂରକ୍ଷଣ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ
ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସଂପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମକୁ ସଂଘର ସଭାପତି ମୋହନ ରାଓ ମାଝୀ , ଉପସଭାପତି ଦୂର୍ଗା ମାଧବ ଘୋଷ , କେ କେ ଜେନା , ଦୀପକ କୁମାର ପୃଷ୍ଟି , ବନରକ୍ଷୀ ସନ୍ତୋଷ କୁମାର ପାଣିଗ୍ରାହୀ , ଶୀବ ସତପଥି , କୁମାରୀ ବାଡତିୟା , ଅଜୟ ବିଶ୍ଵକର୍ମା ପରିଚାଳନା କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ , ପର୍ଯ୍ୟାବରଣ ମଞ୍ଚ , ବିଶ୍ଵକର୍ମା ମଜଦୁର ସଂଘ , ବ୍ୟବସାୟ ମଜଦୁର ସଂଘ ର ନେତୃବୃନ୍ଦ ଏବଂ ମନ୍ଦିର କମିଟି ର ସଦସ୍ୟ ମାନେ ଯୋଗ ଦେଇଥିଲେ.