ଓଡିଶା ତାଜା ନ୍ୟୁଜ୍ (୦୧ ଜୁଲାଇ ବୁଧବାର ) କଟକ :- କରୋନା ମହାମାରୀ ଲକ ଡାଉନ ସମୟରେ ସମସ୍ତ ପଂଜିକୃତ ଶ୍ରମିକ କାର୍ଡ ଧାରୀ ଙ୍କୁ ରାଜ୍ୟ ସରକାର 1500 ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦେଶ ଦେଇ ଥିବା ବେଳେ ବହୁ ଶ୍ରମିକ ଏହି ସହାୟତା ରାଶି ପାଇବାରୁ ବଂଚିତ ହୋଇଛନ୍ତି, ଏପରିକି ଯେଉଁ ମାନେ ନୂଆକରି ଶ୍ରମିକ କାର୍ଡ ପାଇଁ ଆବେଦନ କରି ଖାଲି ରସିଦ ପାଇଛନ୍ତି ସେମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ପୂର୍ବରୁ କାର୍ଡ ପାଇଥିବା ବହୁ ନିର୍ମାଣ ଶ୍ରମିକ ଏହି ସହାୟତା ଅର୍ଥ ପାଇବାରୁ ବଂଚିତ ହୋଇଛନ୍ତି, ଏମାନେ ବାରମ୍ବାର ଜିଲ୍ଲା ନିର୍ମାଣ ଶ୍ରମିକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲା ବେଳେ ସେମାନଙ୍କୁ ହଁ ଟଙ୍କା ଦିଆଯିବ କହି କେବଳ ଆଶ୍ୱାସନା ଦେବା ଛଡା ଆଉ କିଛି ମିଲୁନି,
ମାସକୁ ମାସ ଲକ ଡାଉନ ଅବଧି ବଢୁଥିବାବେଳେ ଗରିବ ଶ୍ରମିକ ମାନେ କିପରି ସେମାନଙ୍କ ପରିବାର ପ୍ରତିପୋଷଣ କରିବେ ସେଥିନେଇ ସେମାନେ ଚିନ୍ତାରେ, ସେମାନେ ଏବେ ଭୋକ ଉପାସରେ ରହି ବାରମ୍ବାର ସାରକାର ଙ୍କୁ ନିବେଦନ କଲେବି କେହି ଶୁଣୁନାହାନ୍ତି, କଟକ ମହାନଦୀ ବିହାର ଅଂଚଳର ବିଜୟ ବେହେରା, ମାଣିକ ପାତ୍ର ଅଶୋକ ମଲିକ ସସ୍ମିତା ବେହେରା ସମେତ ବହୁ ଶ୍ରମିକ ସେମାନଙ୍କ ସହାୟତା ରାଶି ନପାଇ ବାରମ୍ବାର କଟକ ଜିଲ୍ଲା ନିର୍ମାଣ ଶ୍ରମିକ କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇ ଫେରିଛନ୍ତି, ସେମାନଙ୍କୁ ଆଜିଯାଏ କରୋନା ସହାୟତା ରାଶି ପ୍ରଦାନ କରାଯାଇ ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି, ତୁରନ୍ତ ଜିଲ୍ଲା ଶ୍ରମିକ ଅଧିକାରୀ ବିଶେଷ ଦୃଷ୍ଟି ଦେବାକୁ ଦାବୀ ହୋଇଛି ( କଟକ / ରିପୋର୍ଟ – ରଶ୍ମିତା ମହାପାତ୍ର )