୨୭ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପଡ଼ିଆ :-> ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢିବା ପରେ ରାଜ୍ୟବ୍ୟାପୀ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଜିଲ୍ଲା ବ୍ଲକ ସମେତ ତୃଣମୂଳ ସ୍ତରରୁ ଲୋକଙ୍କୁ ସଚେତନ କରାଯିବ ସହ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମାକୁ ସମେତ ଆଖପାଖ ଅଞ୍ଚଳରେ ବ୍ଲକ ପ୍ରଶାସନ ପକ୍ଷରୁ ଆବର୍ଜନା ଓ ଜମା ହୋଇ ରହିଥିବା ଦୂଷିତ ଜଳ ନିଷ୍କାସନ ବ୍ୟାବସ୍ଥା କରାଯାଇଛି ।
ଏଥିପାଇଁ ଆଜି ପଡ଼ିଆ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକଙ୍କ ନେତୃତ୍ବରେ ସଦର ମହକୁମା ବିଭିନ୍ନ ଡ୍ରେନ ଗୁଡ଼ିକ ସଫେଇ କରାଯିବ ସହ ସ୍ଥାନୀୟ ଅଞ୍ଚଳରେ ଡେଙ୍ଗୁ ମଶାର ମୁକାବିଲା ପାଇଁ ସଚେତନତା ସୃଷ୍ଟି କରାଯାଉଛି । ଏଥିସହ ପ୍ରତ୍ୟେକ ପଞ୍ଚାୟତରୁ ଅର୍ଥ ବ୍ୟୟବରାଦ କରାଯାଇ ଗ୍ରାମାଞ୍ଚଳ ପରିବେଶକୁ ଶୁଷ୍ପ ଓ ପରିଚ୍ଛନ୍ନ କରିବା ନେଇ ରାମକୃଷ୍ଣ ନାୟକ କହିଛନ୍ତି ।
ଅନ୍ୟପଟେ ଶ୍ରୀ ନାୟକଙ୍କୁ ଉତ୍ସାହିତ କରିବା ପାଇଁ ପଡିଆ ଅଞ୍ଚଳବାସୀ ମଧ୍ୟ ଅଣ୍ଟା ଭିଡିବା ସହ ପ୍ରତ୍ୟେକ ମଶାରୀ ଟାଙ୍ଗୀ ଶୋଇବା,ଘର ଆଖପାଖ ପରିବାର ପରିଷ୍କାର ଓ ପରିଚ୍ଛନ୍ନ ରଖିବା ସହ ସାମୂହିକ ସଚେତନତା ସୃଷ୍ଟି କରାଯାଉଛି । ଏହି ଅବସରରେ ଏମ୍ ଡି ଫାରୁକ୍, ଦେବେନ୍ଦ୍ର ରାଓ, ପଡ଼ିଆ ସରପଞ୍ଚ ଗଙ୍ଗା କାରାମ, ସତ୍ୟନାରାୟଣ ମାଝୀ, ଶିମିଳିବାଞ୍ଚା ସରପଞ୍ଚ ସିଙ୍ଗା ମାଡକାମି, ବଳିୟାର ସିଂ, କେ ନରସିଂହ ରାଓ, ସତ୍ୟ, ସୁଧା ହରି ଓ ମୋଟୁମ ରାମା ସମେତ ଗ୍ରାମବାସୀ ଉପସ୍ଥିତ ରହି ସ୍ଥାନୀୟ ଅଞ୍ଚଳରେ ଡେଙ୍ଗୁ ପ୍ରତିରୋଧ ପାଇଁ ସଚେତନତା ସୃଷ୍ଟି କରିଛନ୍ତି ।