୨୭ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ଶଙ୍କରପୁର ପରିଡାସାହିରେ ଶନିବାର ଦିନ ଜଣେ ମହିଳାଙ୍କୁ ଶାଶୁଘର ଲୋକ ହତ୍ୟାକରିଥିବା ନେଇ ବାଦାମବାଡି ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣାରେ ସଂପୃକ୍ତ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ଶାଶୁଙ୍କୁ ଛାଡ଼ି ଦେଇଛି ।

ବାଦାମବାଡି ପୋଲିସ ମୃତ ସୋନାଲିକାର ସ୍ୱାମୀ ଗୌରାଙ୍ଗ ବେହେରାଙ୍କ ସମେତ ଶ୍ୱଶୁର ଏବଂ ନଣଦକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଖବରରୁ ପ୍ରକାଶ ଯେ, କଟକ ସଦର ଥାନା ଅନ୍ତର୍ଗତ ମୁକାମେଶ୍ୱର ଗ୍ରାମର ସୋନାଲିକା ଦାସ , ଦୁଇବର୍ଷ ତଳେ ବାଦାମବାଡି ଥାନା ଶଙ୍କରପୁର ପରିଡ଼ାସାହିର ଗୌରାଙ୍ଗ ବେହେରାଙ୍କୁ ବିବାହ କରିଥିଲେ ।

ବିବାହ ସମୟରେ ସୋନାଲିକାଙ୍କ ବାପଘର ଲୋକ ଯୌତୁକ ସହ ସମସ୍ତ ଆସବାବପତ୍ର ଦେଇଥିଲେ । ଶାଶୁଘର ଲୋକେ ସୋନାଲିକାକୁ ବାପଘରୁ ଆହୁରି ଯୌତୁକ ଆଣିବା ପାଇଁ ଚାପ ପକାଇବା ସହିତ, ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏତିକିରେ ଶାଶୁଘର ଲୋକଙ୍କ ମନ ବୁଝିନଥିଲା । ଶେଷରେ ସୋନାଲିକାର ତଣ୍ଟି ଚିପି ହତ୍ୟା କଲେ । ସୋନାଲିକାର ଏକ କନ୍ୟା ସନ୍ତାନ ରହିଛି । ପୋଲିସ ସୋନାଲୋକର ମର ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଏସିବିକୁ ପଠାଇଛି ।
















