ଜେକେ ଗ୍ରୁପ୍ ର ମାନବ ସମ୍ବଳ ପ୍ରବନ୍ଧ ସମ୍ମିଳନୀ ରେ ଜେକେ ଅର୍ଗାନାଇଜେସନ ପକ୍ଷରୁ ଡାଃ ପଦ୍ମା ୟଶବନ୍ତ ଏବଂ ତେଜସ୍ବୀନି ପେଦେଣ୍ଟିଙ୍କୁ “ନାରୀଶକ୍ତି ସମ୍ମାନ “

୨୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାୟଗଡ଼ା :-> ସାମାଜ ତଥା ଆଖପାଖ ଅଞ୍ଚଳର ଉନ୍ନତି ଏବଂ ବିକାଶ ପାଇଁ ଜେକେ କାଗଜ କଳ ନିରନ୍ତର ଚେଷ୍ଟା କରି ଆସୁଅଛି। ଏହି ପରିପ୍ରେକ୍ଷୀରେ ଚଳିତ ମାସ ୨୪ ତାରିଖ ଦିନ ଚେନ୍ନାଇ ଠାରେ ଅନୁଷ୍ଠିତ ହୋଇଥିବା ଜେକେ ଗ୍ରୁପ୍ ର ମାନବ ସମ୍ବଳ ପ୍ରବନ୍ଧ ସମ୍ମିଳନୀ ରେ ଜେ କେ ଅର୍ଗାନାଇଜେସନ ପକ୍ଷରୁ ଡାଃ ପଦ୍ମା ୟଶବନ୍ତ ବରିଷ୍ଠ ଭେଷଜ ବିଶେଷଜ୍ଞ, ମେଡିକାଲ ସେଣ୍ଟର, ଜେ କେ ଡିସ୍ପେନ୍ସାରି ଓ ତେଜସ୍ବୀନି ପେଦେଣ୍ଟି କନିଷ୍ଠ କ୍ୱାଲିଟି ଅଫିସର ଙ୍କୁ ସେମାନଙ୍କ ସାମାଜ ପ୍ରତି କର୍ତ୍ତବ୍ୟ ନିଷ୍ଠ ,ଏକାଗ୍ରତା ଓ ଦିର୍ଘ ଦିନ ର ପରିଶ୍ରମ ନିମନ୍ତେ “ନାରୀଶକ୍ତି ସମ୍ମାନ ” ପ୍ରଦାନ କରାଯାଇଥିଲା। ଯାହାକି ଏଠାରେ ସମସ୍ତ ଙ୍କ ପାଇଁ ଉଦାହରଣ ସୋଇପାରିଛି ।

ଡାଃ ପଦ୍ମା ବିଗତ ଦୀର୍ଘ ୧୯ ବର୍ଷ ଧରି ସୂଚାରୁ ରୂପେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ସହିତ “କେୟାର ଫର୍ ଲାଇଫ” ପ୍ରକଳ୍ପ ମାଧ୍ୟମରେ ଅଞ୍ଚଳର ର ଲୋକ ଙ୍କ ର ସ୍ଵାସ୍ଥ୍ୟ ବସ୍ଥା ଉନ୍ନତି ନିମନ୍ତେ ସ୍ୱାସ୍ଥ୍ୟ ଶିବିର, କିଶୋରୀ ବାଳିକା ସଚେତନତା ଶିବିର, ଏନିମିୟାଁ ନିରାକରଣ ନିମନ୍ତେ ନିଶୁଳ୍କ ସେବା ପ୍ରଦାନ କରି ଆସୁଛନ୍ତି। ଏହି ନାରୀ ଶକ୍ତି ସମ୍ମାନ ପାଇଁ ଜେକେ କାଗଜ ଅନୁଷ୍ଠାନ ତରଫରୁ ମନୋନୀତ କରାଯାଇ ପୁରଷ୍କୃତ ହୋଇ ଛନ୍ତି । ଭଲି ଭବରେ ତେଜସ୍ବୀନି ପେଦେଣ୍ଟି ନିକଟରେ ଥିବା ବଡ ଚାନ୍ଦିଲି ଗ୍ରାମର ଆଦିବାସୀ ଯୁବତୀ, ଜେକେ କାଗଜ କଳ ର କ୍ୱାଲିଟି କଣ୍ଟ୍ରୋଲ ରେ କନିଷ୍ଠ ଅଫିସର, ନାରୀ ଶକ୍ତି ସମ୍ମାନ ପାଇଁ ମନୋନୀତ ହୋଇ DEI Ally ପୁରସ୍କାର ପ୍ରାପ୍ତ କରିଛନ୍ତି ।

 

ଜେକେ କାଗଜ କଳ ର ସାମାଜିକ ଦାୟିତ୍ଵ ବୋଧ ସହାୟତା ରେ ପ୍ରଡ୍ୟୁସର ଗ୍ରୁପ କରି ବାଉଁଶ ରେ ଅଳଙ୍କାର ତିଆରି କରିବା ତାଲିମ୍ ଗ୍ରହଣ କରିଥିଲେ ଓ ନିଜକୁ ଏକ ଉଦ୍ୟୋଗୀ ଭାବେ ଗାଁ ର ଅନ୍ୟ ବାଳିକା ମାନଙ୍କ ପାଇଁ ପ୍ରେରଣା ସାଜିଥିଲେ ଓ ନିଜକୁ ଜଣେ ଯୁବ ଉଦ୍ୟୋଗୀ ଭାବରେ ପ୍ରତିଷ୍ଠିତ କରିପାରିଛନ୍ତି। ତାଙ୍କ ଦ୍ଵାରା ନିର୍ମିତ ଏହି ବାଉଁଶ ରେ ତିଆରି ଅଳଙ୍କାର ପ୍ରାଦେଶିକ ତଥା ଜାତୀୟ ସ୍ତରରେ ରେ ଖ୍ୟାତି ଲାଭ କରି ପାରିଛି ତେଣୁ ତାଙ୍କୁ ଜେକେ ଅନୁଷ୍ଠାନ ତରଫରୁ ଚଳିତ ମାସ ୨୪ ତାରିଖ ଦିନ ଚେନ୍ନାଇର ରେଡିସନ ବ୍ଲୁ ହୋଟେଲ୍ ରେ ସମ୍ମାନିତ କରାଯାଇଥିଲା । ଏହି ସମ୍ବାଦ ପ୍ରାପ୍ତ ପରେ ଜେକେ କାଗଜ କଳ, ଜେ କେ ପୁର ରେ ଖୁସି ର ଲହରି ଖେଳି ଯାଇଥିଲା । ଏହି ଦୁଇ ବିଜୟୀନୀ, ଜେକେ କାଗଜ କଳ ର ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ଉପ ସଭାପତି (କାର୍ମିକ) ଶ୍ରୀ ବିନୟ ଦ୍ଵିବେଦୀ ଙ୍କୁ ଓ ସାମାଜିକ ଦାୟିତ୍ଵ ବୋଧ ବିଭାଗ କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ଦ୍ଵିବେଦୀ ମଧ୍ଯ ଉଭୟ ଙ୍କୁ କାଗଜ କଳ ପକ୍ଷରୁ ଶୁଭେଚ୍ଛା ଜ୍ଞାପନକରିଛନ୍ତି ।