ସୋମବାର ଦିନ ବୋଲଗଡ ବ୍ଲକ ର ଦୁର୍ନୀତି ସମ୍ପର୍କରେ ସ୍କଡ କ୍ଷେପଣାସ୍ତ୍ର ମାଡ଼ ହେବ
୨୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବୋଲଗଡ :-> କଂଗ୍ରେସକୁ ପୁଣି ସଂଗଠିତ ହେବାପାଇଁ ଅଣ୍ଟା ଭିଡ଼ିଲେ କର୍ମୀ । ବୋଲଗଡ ଅଞ୍ଚଳ ଥିଲା କଂଗ୍ରେସର ଦୁର୍ଗ । ଗତଦୁଇବର୍ଷ ତଳେ କଂଗ୍ରେସ ନେତା ପ୍ରଦୀପ ସାହୁ ଦଳ ଛାଡ଼ି ବିଜେଡିରେ ମିଶିବାପରେ କର୍ମୀ ମହଲରେ ହତାଶ ଭାବ ଆସିଥିଲା । ଏବେ କିଛିଦିନ ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥିବୀ ବହଲବ୍ ପଟ୍ଟନାୟକ କଂଗ୍ରେସ ସଂଗଠନକୁ ପୁଣି ସଂଗଠିତ ହେବାପାଇଁ ଅଣ୍ଟା ଭିଡିଛନ୍ତି । ଏହି ଅବସରରେ ବୋଲଗଡ ବ୍ଲ କ ଅନ୍ତର୍ଗତ କଳଙ୍ଗ ପଞ୍ଚାୟତର କଂଗ୍ରେସ ଦଳର କର୍ମୀ ବୈଠକ ଗତ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ପଞ୍ଚାୟତ ସଭାପତି ଗଙ୍ଗାଧର ଦାଶ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ବହୁ କର୍ମୀ ଯୋଗ ଦେଇ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦଳକୁ ତୃଣମୂଳ ସ୍ତରରେ ମଜବୁତ୍ କରିବା ପାଇଁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ କୁମାର ପୃଷ୍ଟି ଆସୋକଛୋଟରାୟ ବନମାଳୀ ବେହେରା ,ସନ୍ତୋଷ ସ୍ୱାଇଁ । ଗୋବିନ୍ଦ ସ୍ୱାଇଁ ବିନ ଦାସ । ବସନ୍ତ ରଥ ,ହେମନ୍ତ ସ୍ୱାଇଁ,କୈଳାସ ସାହୁ ,ସର୍ବେଶ୍ଵର ମୁଦୁଲି ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ ଶେଷରେ ହାଡିବନ୍ଧୁ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।














