୨୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ଥାନା ମେରାପଲ୍ଲି ପଞ୍ଚାୟତ ଅନ୍ତର୍ଗତ ବନ୍ଧାଗୁଡା ଗ୍ରାମଠାରୁ କିଛି ଦୂରରେ ଥିବା ପଥର କ୍ରସରରେ ଗତ ରାତ୍ର ଏକ ଅଘଟଣ ଘଟିଛି। ରାତ୍ର ଦଶ ଘଣ୍ଟା ସମୟରେ ପ୍ରଥର କ୍ରସରେ କାର୍ଯ୍ୟ କରୁଥିବା ଦୁଇ ଶ୍ରମିକ ପଥର ତଳେ ଚାପି ହୋଇ ମୃତୁ ବରଣ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଦୁଇ ଶ୍ରମିକ ପଥର ତଳେ ଥିବା ଦେଖିବାକୁ ମିଳୁଛି। ମୃତ ଦୁଇ ଶ୍ରମିକ ସମ୍ପର୍କରେ ମାମୁଁ ଓ ଭଣଯା। ମୃତ ଦୁଇ ଜଣ ଶ୍ରମିକ ଦୀର୍ଘ ବର୍ଷ ଧରି କ୍ରସରରେ କାର୍ଯ୍ୟ କରୁଥିବା ଶୁଣିବାକୁ ମିଳୁଛି।

ଏହି ଖବର ପାଇ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ନିଜ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କୁ ଧରି ଉଦ୍ଧାର କାର୍ଯ୍ୟ ଚାଲୁ ରଖିଥିବା ପ୍ରକାଶ। ଦୁଇ ଶ୍ରମିକଙ୍କ ଉପରେ ବିରାଟ ପଥର ଖସି ରହିଥିବା ବେଳେ ପଥର ତଳେ ଦୁଇ ଶ୍ରମିକଙ୍କ ମୃତ ଦେହ ରହିଛି। ଏହି ଖବର ପାଇ ଶ୍ରମିକଙ୍କ ପରିବାର ଘଟଣା ସ୍ଥଳରେ ଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଘଟଣା ସ୍ଥଳରେ କ୍ରସର ପରିଚାଳକ ନ ଥିବା ଦେଖିବାକୁ ମିଳିଛି। ଦୁଇ ଶ୍ରମିକଙ୍କ ଘର ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଝରେଡି ରଧାଗୋବିନ୍ଦପୁର ଓ ମଧୂରର୍ଚୁଆ ବୋଲି ଜଣାପଡିଛି। ଶ୍ରମିକ ଦୁଇଜଣଙ୍କ ନାମ ନାରାୟଣ ନାହାକ ଓ ବିଷ୍ଣୁ ନାହାକ। ବନ୍ଧାଗୁଡା ଗ୍ରାମ ଠରେ ପଥର ବ୍ଲାଷ୍ଟିଂ କାମ କୁଆଁରୀ ର ପରିମିସନ ନଥାଇ କୁଆଁରୀ କିପରୀ ଚାଲିଥିଲା ।

ଠିକା କମ୍ପାନୀର କୌଣସି ସରକାରୀ କାଗଜ ପତ୍ର ନା ପାଇ କିପରୀ ଏତେବର୍ଷ ହେଲା ପଥର ବ୍ଲାଷ୍ଟିଂ ଚାଲିଥିଲା । ଗତକାଲି ଏକ ଦୁର୍ଘଟଣା ଘଟି ଦୁଇ ମୃତ୍ୟୁ ହୋଇଛି ଏଥିପାଇଁ ଦାଇକି କିଏ । ଯଦି ଦୀଘ୍ର ବର୍ଷ ହେଲା କିପରି ଠିକା କମ୍ପାନୀ ବିନା ଲାଇସେ୍ସରେ ପ୍ରଥର ବ୍ଲାଷ୍ଟିଂ କିପରି ଚାଲିଥିଲା ଏହି ବିଷୟ କଣ ସ୍ଥାନୀୟ ତହସିଲଦାର ଜାଣିନଥିଲେ କିପରି ଜାଣିନଥିଲେ ଯଦି ଜାଣିଥିଲେ କାହିଁକି ପଥର କୁଆଁରୀ ମାଳିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ?

ସାଧାରଣରେ ଚଚ୍ଚା ହେଉଛି ଯେ ମୋହନା ତହସିଲି ପ୍ରଶାସନକୁ ମାସି ଚାନ୍ଦା ଦେଇ ପଥର କୁଆଁରୀ ଚାଲିଥିଲା । ଚାଲିଥିବା ପ୍ରଥର କୁଆଁରୀ ସମସ୍ତ କାଗଜ ପତ୍ର ଉଚତର ଯାଞ୍ଚ କରାଗଲେ ଏହାର ପ୍ରକୃତ ରହସ୍ୟ ଲୋକ ଲୋଚନକୁ ଆସିପାରିବ ବୋଲି ଅଞ୍ଚଳବାସୀ ଦାବି ହେଉଛି ।

















